BJD Bijuli 480×75 Mob

ବଢ଼ିପାରେ ଆଧାର ସଂଯୋଗ ଅବଧି

BJD Bijuli 480×75 Mob
0

ନୂଆଦିଲ୍ଲୀ: ବଢ଼ିପାରେ ଆଧାର ସଂଯୋଗ ଅବଧି। ଆଧାର ମାମଲା ସମ୍ପର୍କିତ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଲାଗି ଅଧିକ କିଛି ସମୟ ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେଣୁ ପୂର୍ବ ସ୍ଥରୀକୃତ ଶେଷ ତାରିଖ ମାର୍ଚ୍ଚ ୩୧ ଘୁଞ୍ଚିବା ନେଇ ଆଶା କରାଯାଉଛି। ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଗଠିତ ଖଣ୍ଡପୀଠ ସମ୍ମୁଖରେ ଏହି ନିବେଦନ କରିଥିଲେ। ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ ଏକେ ସିକରୀ, ଜଷ୍ଟିସ୍‌ ଏଏମ ଖାନୱିଲକର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ୫ ସଦସ୍ୟ ବିଶିଷ୍ଟ ଗଠିତ ଖଣ୍ଡପୀଠ ବେଣୁଗୋପାଳଙ୍କ ଦଲିଲ ଉପରେ ସହମତି ଦେଇଥିଲେ। ସୂଚନାଯୋଗ୍ୟ, ଆଧାର ସଂଯୋଗ କରିବାର ସମୟସୀମା ୩୧ ମାର୍ଚ୍ଚ ୨୦୧୮ ହେବା ନେଇ ଗତବର୍ଷ ଡିସେମ୍ବର ୧୫ରେ ସୁପ୍ରିମକୋର୍ଟ ସ୍ଥିର କରିଥିଲେ।

Leave A Reply