ବିଶ୍ୱର ୫୫ପ୍ରତିଶତ ବ୍ୟାଙ୍କ ଖାତା କେବଳ ଭାରତରେ ଖୋଲିଛି

0

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ଅର୍ଥନୀତିକୁ ନେଇ ରାଜନୈତିକ ବୟାନବାଜୀ ଚାଲିଥିବାବେଳେ ସମ୍ପ୍ରତ୍ତି ବିଶ୍ୱ ବ୍ୟାଙ୍କ ଦ୍ୱାରା ଜାରି ଏକ ରିପୋର୍ଟ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନୂଆ ସୁରାକ ମିଳିଛି। ଚଳିତ ବର୍ଷ ଦେଶରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ପ୍ରକ୍ରିୟା ୮୦ ପ୍ରତିଶତକୁ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶର ମୋଟ ଜନସାଧାରଣଙ୍କ ୨୦୧୪ରେ ଏହା ୫୩ପ୍ରତିଶତ ଓ ୨୦୧୧ରେ ମାତ୍ର ୩୫ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ଥିଲା। ଏହାକୁ ତର୍ଜମା କରି ୱାଲ୍ଡ ବ୍ୟାଙ୍କ ପକ୍ଷରୁ ୨୦୧୪-୧୭ ମଧ୍ୟରେ ବିଶ୍ୱରେ ମୋଟ୍‌ ୫୧.୪କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଥିଲା। ତେବେ କେବଳ ୨୦୧୭ ବର୍ଷରେ ଭାରତରେ ୫୫ପ୍ରତିଶତ ବ୍ୟାଙ୍କ ଖାତା ଖୋଲା ଯାଇଛି। ବିଶ୍ୱ ବ୍ୟାଙ୍କ ଦ୍ୱାରା ଜାରି ଏହି ରିପୋର୍ଟକୁ ତର୍ଜମା କଲେ ସମ୍ପ୍ରତ୍ତି ଦେଶରେ ଜନଧନ ଯୋଜନା ଅନ୍ତର୍ଗତ ଖୋଲା ଯାଇଥିବା ବ୍ୟାଙ୍କ ଖାତା ହେତୁ ଏଭଳି ଅନୁପାତ ବୃଦ୍ଧି ପାଇଥିବା ସନ୍ଦେହ କରାଯାଉଛି।

Leave A Reply