www.samajalive.in
Sunday, December 7, 2025
14.1 C
Bhubaneswar

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ, ପ୍ରାଣ ହରାଇଲେ ପ୍ରସୂତି, ନବଜାତକ

ମାଥିଲି: ଠିକ୍‍ ସମୟରେ ଆମ୍ବୁଲାନ୍ସ ମେଡିକାଲର ପହଞ୍ଚି ନପାରିବାରୁ ଏଠାରେ ସୋମବାର ଜଣେ ପ୍ରସୂତିଙ୍କର ମୃତ୍ୟୁ ହୋଇଛି। ମେଡିକାଲରେ ପହଞ୍ଚିବା ପରେ ସେ ଏକ ଶିଶୁ ପ୍ରସବ କରିଥିଲେ ହେଁ କିଛି ସମୟ ପରେ ପିଲାଟିର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରସୂତିଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସଟି କାଦୁଅ ପଚପଚ ରାସ୍ତାରେ ଅଟକି ଯିବାରୁ ବିଳମ୍ବ ହୋଇଥିବା ସମ୍ପୃକ୍ତ ପ୍ରସୂତିଙ୍କ ପରିବାର ପକ୍ଷରୁ
କୁହାଯାଇଛି। ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଶେଷ ମୁହୂର୍ତ୍ତରେ ପ୍ରସୂତିଜଣକ ମେଡିକାଲ ଆସିଥିବା କୁହାଯାଉଛି। ପ୍ରସବ ପରେ ପ୍ରସୂତିଙ୍କ ସମେତ ନବଜାତ ଶିଶୁଟିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସମୟରେ ଉଭୟଙ୍କର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ବ୍ଲକର କୁଟୁଣିପାଲୀ ପଞ୍ଚାୟତ ଅଧୀନ ପୁଟଗାଁ ଗ୍ରାମର ରାଜକୁମାର ଦଳପତିଙ୍କ ସ୍ତ୍ରୀ ସୁକ୍ରି ଦଳପତି(୨୩)ଙ୍କର ଅପରାହ୍ଣରେ ଗର୍ଭ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ମେଡିକାଲ ନେବାପାଇଁ ପରିବାର ଲୋକେ ପ୍ରଥମେ ଆମ୍ବୁଲାନ୍ସ ପାଇଁ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ। ତେବେ ଏଠାରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବା ଜାଣି ଖଇରପୁଟ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଖଇରପୁଟ ଆମ୍ବୁଲାନ୍ସ ଆସି ପ୍ରସୂତିଙ୍କୁ ନେଇଥିଲେ ହେଁ ଠିକ୍‍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରି ନଥିଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚୁ ପହଞ୍ଚୁ ମହିଳାଙ୍କ ପ୍ରସବ ହୋଇଥିଲା। ସେ ନବଜାତ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଶିଶୁ ଏବଂ ମା’ ର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ସ୍ଥାନାନ୍ତର କରିଥିଲେ। କିନ୍ତୁ ହଠାତ ଶିଶୁର ମୃତ୍ୟୁ ଘଟିଥିଲା। ପରେ ଅସୁସ୍ଥ ଅନୁଭବ କରୁଥିବା ସୁକ୍ରୀଙ୍କୁ ମାଲକାନଗିରି ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସେ ମଧ୍ୟ ପ୍ରାଣ ହରାଇଥିଲେ ବୋଲି ମାଥିଲି ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ନିପୋନ ଦେବତା ସୂଚନା ଦେଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories