www.samajalive.in
Sunday, December 14, 2025
19.1 C
Bhubaneswar

ବିଜେପୁର ବକ୍‌ସିସ୍‌

-ପାଞ୍ଚ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ, ବିଭାଗରେ ସାମାନ୍ୟ ବଦଳ, -ସୁଶାନ୍ତ ସିଂହଙ୍କୁ ଶକ୍ତି, ପ୍ରଫୁଲ୍ଲଙ୍କୁ ପୂର୍ତ୍ତ, ନିରଞ୍ଜନଙ୍କୁ ଜଳସମ୍ପଦ,  -ଅନନ୍ତ ପାଇଲେ ଶିଳ୍ପ, ପ୍ରତାପଙ୍କ ହାତରେ ସୂଚନା ଓ ଲୋକସମ୍ପର୍କ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ଦଳ ପାଇଁ ଦମ୍‌ ଦେଖାଇଥିବା ନେତା ଓ ମନ୍ତ୍ରୀମାନଙ୍କ ପରିଶ୍ରମ ବ୍ୟର୍ଥ ଯାଇନାହିଁ। ନିଜର ଦକ୍ଷତା ପ୍ରତିପାଦିତ କରିଥିବା ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବକ୍‌ସିସ୍‌(ପୁରସ୍କାର) ପ୍ରଦାନ କରିଛନ୍ତି। ଭଲ କାମ କଲେ ପୁରସ୍କାର ମିଳିବ-ନବୀନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଏହି ବାର୍ତ୍ତା ଦେଇଛନ୍ତି। ବିଜେପୁର ଉପନିର୍ବାଚନରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଶ୍ରମ, ଇଏସଆଇ ସହିତ ଶକ୍ତି ବିଭାଗ ଦାୟିତ୍ୱ ଦିଆଯାଇଛି। ଇସ୍ପାତ ଓ ଖଣି ଏବଂ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କଠାରୁ ଶକ୍ତି ବିଭାଗ କାଢ଼ି ନିଆଯାଇ ଏବେ ଗୁରୁତ୍ୱପୂର୍ଣ୍ଣ ପୂର୍ତ୍ତ ବିଭାଗ ଦାୟିତ୍ୱ ଦିଆଯାଇଛି।
ନିର୍ବାଚନ ସଭାରେ ବିଜେପୁର ଉନ୍ନୟନ କାର୍ଯ୍ୟକୁ ସେ ନିଜେ ତଦାରଖ କରିବେ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ। ଏହି କ୍ରମରେ ସେ ନିଜ ପାଖରେ ରଖିଥିବା ପୂର୍ତ୍ତ ଓ ଜଳସମ୍ପଦ ବିଭାଗକୁ ପଶ୍ଚିମ ଓଡ଼ିଶାର ତୁଙ୍ଗ ନେତାମାନଙ୍କ ଦାୟିତ୍ୱରେ ଛାଡ଼ିଦେଇଛନ୍ତି।
ବରଗଡ଼ର ବିଜେଡ଼ି ଜିଲା ପର୍ଯ୍ୟବେକ୍ଷକ ଥିବା ପ୍ରଫୁଲ୍ଲ ମଲ୍ଲିକ ଉପନିର୍ବାଚନରେ ନିଜର ପାରଦର୍ଶିତା ଦେଖାଇବା କାରଣରୁ ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ପୂର୍ତ୍ତ ବିଭାଗ ଦିଆଯାଇଛି। ଏଥିସହିତ ବରଗଡ଼ ଓ ବିଜେପୁର ଉପନିର୍ବାଚନରେ ଦଳୀୟ ସଙ୍ଗଠନ, ପ୍ରଚାର ଆଦି କାର୍ଯ୍ୟରେ ସମନ୍ୱୟ ରକ୍ଷା ଓ ନିଜର ଦକ୍ଷତା ପ୍ରତିପାଦିତ କରିଥିବା ନିରଞ୍ଜନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ଥିବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ଜଳସମ୍ପଦ ଦାୟିତ୍ୱ ଦେଇଛନ୍ତି। ତାଙ୍କ ପାଖରେ ପୂର୍ବରୁ ଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅପରିବର୍ତ୍ତିତ ରହିଛି। ପଶ୍ଚିମ ଓଡ଼ିଶାକୁ ପ୍ରଧାନ୍ୟ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଉତ୍ତର ଏବଂ ଉପକୂଳ ଓଡ଼ିଶାକୁ ବି ଭୁଲି ନାହାନ୍ତି। ପ୍ରଥମ ଥର ମନ୍ତ୍ରୀ ପଦ ପାଇଥିବା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ମିଳିଥିଲା। ମାତ୍ର ଯୁକ୍ତ ତିନିରୁ ଯୁକ୍ତ ଦୁଇ ପୃଥକ୍‌ ହେବା ପରେ ଏ ବିଭାଗର ବସ୍ତୁତଃ କିଛି ଗୁରୁତ୍ୱ ରହୁ ନ ଥିଲା ଏବଂ ଏଥିନେଇ କିଛି ମାତ୍ରାରେ ଅସନ୍ତୋଷ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ବର୍ଷେ ବାକି ଥିବାବେଳେ ନବୀନ ତାଙ୍କର ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି। ନିରଞ୍ଜନ ପୂଜାରୀଙ୍କ ପାଖରେ ଥିବା ଶିଳ୍ପ ବିଭାଗ ଏବେ ମନ୍ତ୍ରୀ ଅନନ୍ତ ଦାସଙ୍କୁ ଦିଆଯାଇଛି। ଶ୍ରୀ ଦାସ ଉଚ୍ଚଶିକ୍ଷା ବିଭାଗ ସହିତ ଶିଳ୍ପ ବିଭାଗ ଦାୟିତ୍ୱରେ ରହିବେ। ଅତୀତରେ ଏ ବିଭାଗ ଦୀର୍ଘ ଦିନ ଧରି ବାଲେଶ୍ୱର ଜିଲାର ନେତା ରଘୁ ମହାନ୍ତିଙ୍କ ପାଖରେ ଥିଲା। ଏବେ ବିଭାଗ ଅଦଳବଦଳ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଅନନ୍ତଙ୍କ ହାତରେ ଉଚ୍ଚଶିକ୍ଷା ସହିତ ଶିଳ୍ପ ବିଭାଗ ବି ଅର୍ପଣ କରିଛନ୍ତି। ଶିଳ୍ପ ଦୃଷ୍ଟିରୁ ଅନୁନ୍ନତ ଉପକୂଳ ଜିଲା ଏଠିକାର ନେତାଙ୍କୁ ମନ୍ତ୍ରୀ ଦାୟିତ୍ୱ ଦେବା କିଛି କମ୍‌ କଥା ନୁହେଁ।
ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟ ଓ ଆଇନ ପରି ବିଭାଗ ପାଇଥିବା
ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅଧିକ ଆସ୍ଥା ସ୍ଥାପନ ସହିତ ଗୁରୁଦାୟିତ୍ୱ ଅର୍ପଣ କରିଛନ୍ତି। ସେ ନିଜ ଦାୟିତ୍ୱ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱରେ ରହିବେ। ପୂର୍ବରୁ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଏ ବିଭାଗର ଦାୟିତ୍ୱରେ ଥିଲେ। ପ୍ରତାପ ଏବେ ରାଜନୀତି ଦୃଷ୍ଟିରୁ ସ୍ପର୍ଶକାତର ହୋଇପଡ଼ିଥିବା କେନ୍ଦ୍ରାପଡ଼ା ସମେତ କଟକ ବିଜେଡ଼ିର ସାଙ୍ଗଠନିକ ସ୍ଥିତି ତଦାରଖ ଦିଗରେ ଅଧିକ ଧ୍ୟାନ ଦେବେ ବୋଲି ଦଳୀୟ ମହଲରୁ ଜଣାପଡ଼ିଛି। ନୂଆ ଦାୟିତ୍ୱ ପାଇଥିବା ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଟୁଇଟର ଯୋଗେ ଅଭିନନ୍ଦନ ଜଣାଇଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories