www.samajalive.in
Sunday, December 14, 2025
26.1 C
Bhubaneswar

୨୦୧୯ ପରେ କ୍ରିକେଟ ଜୀବନ ନେଇ ନିଷ୍ପତ୍ତି ନେବି : ଯୁବରାଜ

ମୋନାକୋ : ଏବେ ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବା ଯୁବରାଜ ସିଂହ ଘୋଷଣା କରିଛନ୍ତି ଯେ ବର୍ଷକ ମଧ୍ୟରେ ତାଙ୍କର ଅବସର ନେବାର କୌଣସି ଯୋଜନା ନାହିଁ। ଏହି ଷ୍ଟାଇଲିସ୍‌ ବାମହାତି ଘୋଷଣା କରିଛନ୍ତି ଯେ ୨୦୧୯ ପର୍ଯ୍ୟନ୍ତ ସେ କ୍ରିକେଟ ଖେଳିବା ଜାରିରଖିବେ ଏବଂ ୨୦୧୯ ପରେ ହିଁ ତାଙ୍କ କ୍ରିକେଟ ଜୀବନ ଉପରେ ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ; ୨୦୧୭ ଜୁନ୍‌ରେ ଶେଷଥର ପାଇଁ ଯୁବରାଜ ସିଂହ ଭାରତ ପାଇଁ ଦିନିକିଆ କ୍ରିକେଟ ଖେଳିଥିଲେ।
ଏବେ ଯୁବରାଜଙ୍କ କ୍ରିକେଟ ଜୀବନ ନେଇ ନାନା କଳ୍ପନାଜଳ୍ପନା ଚାଲିଥିବା ବେଳେ ତାଙ୍କ ଅବସର ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ଯୁବରାଜ କହିଛନ୍ତି, ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବା ମୋର ଲକ୍ଷ୍ୟ। ମୋ ପାଇଁ ଏହା ଏକ ବଡ଼ ଟୁର୍ଣ୍ଣାମେଣ୍ଟ। ୨୦୧୯ ପର୍ଯ୍ୟନ୍ତ ମୋତେ ଯାହା ବି କ୍ରିକେଟ ଖେଳିବାକୁ ମିଳିବ; ତାହା ନିଶ୍ଚୟ ଖେଳିବି। ୨୦୧୯ ପରେ ନିଷ୍ପତ୍ତି ନେବି ଯେ ଆଗକୁ କ୍ରିକେଟ ଜାରିରଖିବି କି ନାହିଁ। ୨୦୧୧ ବିଶ୍ୱକପ୍‌ ପର୍ଯ୍ୟନ୍ତ ଯୁବରାଜ ସିଂହ ଏକ ଦଶନ୍ଧି ଧରି ଭାରତୀୟ ଦିନିକିଆ ଦଳର ନିୟମିତ ସଦସ୍ୟ ଥିଲେ ଏବଂ ଭାରତକୁ ତାଙ୍କ ବ୍ୟାଟିଂ ବଳରେ ବହୁ ମ୍ୟାଚ୍‌ ଜିତାଇଛନ୍ତି। ତେବେ ୨୦୧୧ ବିଶ୍ୱକପ୍‌ରେ ଚମ୍ପିଆନ୍‌ ଭାରତୀୟ ଦଳର ସଫଳତମ ଖେଳାଳି ଯୁବରାଜ ସିଂହ ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ହେବା ପରେ ଜଣା ପଡ଼ିଥିଲା ଯେ ସେ ଫୁସ୍‌ଫୁସ୍‌ କର୍କଟ ରୋଗରେ ଆକ୍ରାନ୍ତ। ବିଦେଶରେ ଏହାର ଚିକିତ୍ସା କରାଇ ସୁସ୍ଥହେବା ପରେ ଆଉ ଯୁବରାଜ ଦଳରେ ସ୍ଥାନ ନିୟମିତ କରି ପାରିନଥିଲେ। ମଝିରେ ମଝିରେ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲେ ହେଁ ଇଂଲଣ୍ଡ ବିରୋଧରେ କଟକ ଦିନିକିଆରେ ଶତକକୁ ଛାଡ଼ି ସେପରି ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ। ଏହା ବିଷୟରେ ଯୁବରାଜ ସିଂହ କହିଥିଲେ, ମୋ କ୍ରିକେଟ ଜୀବନର ୬/୭ ବର୍ଷ ଅତି ଚମତ୍କାର ଥିଲା। ଦିନିକିଆ କ୍ରିକେଟ୍‌ରେ ମୋ ପ୍ରଦର୍ଶନ ଭଲ ଥିବା ବେଳେ ମହାନ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପସ୍ଥିତି ଯୋଗୁଁ ଟେଷ୍ଟ ଦଳରେ ସ୍ଥାନ ମିଳିନଥିଲା। ଯେତେବେଳେ ମୋ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା; ମୁଁ କର୍କଟରେ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା। ତେଣୁ ମୋର ଏହି ଅବଶୋଷ ସାରାଜୀବନ ରହିବ। ହେଲେ ଏହା ମୋ ନିୟନ୍ତ୍ରଣରେ ନଥିଲା। ବର୍ତ୍ତମାନ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ଯୁବରାଜ ସିଂହ। ତାଙ୍କ ଅନୁସାରେ ବ୍ୟାଟସମ୍ୟାନ୍‌ ଓ ଅଧିନାୟକ ଭାବେ କୋହଲି ନିଜେ ଭଲ ପ୍ରଦର୍ଶନ କରୁଥିବା ବେଳେ ବୋଲର ସେମାନଙ୍କ ପ୍ରଦର୍ଶନରେ ବେଶ୍‌ ଉନ୍ନତି କରି ପାରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories