ରବିବାର ରାଶିଫଳ

0

ମେଷ: ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। କାର୍ଯ୍ୟର ସୁଫଳ ପାଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବଳଶାଳୀ ହେବେ। ଶତ୍ରୁ ଦମନ କରି ନିଶ୍ଚିନ୍ତ ହେବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଚାକିରିକ୍ଷେତ୍ରରେ ପ୍ରଶଂସା ମିଳିବ।
ବୃଷ: ଘାତଚନ୍ଦ୍ର ଭୋଗ ହେତୁ ଠାକୁରଙ୍କୁ ଧ୍ୟାନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଧାର୍ମିକ ଓ ତେଜସ୍ୱୀ ହେବେ।
ମିଥୁନ: ଯୋଗାଯୋଗରେ ଅଗ୍ରଗତି ଘଟିବ। ଉଦାର ସ୍ୱଭାବର ହେବେ। ଦାନଧର୍ମକୁ ଆଦରି ନେଇ ପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କୃଷିରୁ ଲାଭ ମିଳିବ।
କର୍କଟ: ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉଚ୍ଚଆଶା ପୂରଣ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। କଥାର ମଧୁରତା ଆପଣଙ୍କୁ ମହାନ୍‌ କରିପାରେ। ବିବାଦରେ ବିଜୟୀ ହୋଇପାରନ୍ତି।
ସିଂହ: ପରମ ଭାଗ୍ୟଶାଳୀ ହେବେ। ପରବେଶବାସୀ, ସହଦଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ନୀତିନୀଷ୍ଠ ହେବେ।
କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାଲିମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ହେବେ। ମଧୁର ଭାଷୀ ହେବେ। ରାଜଯୋଗ ମିଳିପାରେ। ଧାର୍ମିକ ପ୍ରବୃତ୍ତିର ହେବେ। ବିତର୍କରୁ ଓହରି ଯାଆନ୍ତୁ।
ବିଛା: ହଜିଥିବା ଦ୍ରବ୍ୟ ଖୋଜିଲେ ନିଶ୍ଚିତ ପାଇବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ବୃଦ୍ଧି ହୋଇପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। କରିତ୍‌କର୍ମା ହେବେ।
ଧନୁ: ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ସରକାରୀ ସ୍ତରରୁ ଲାଭ ମିଳିବ। ପାରିବାରିକ ସୁଖ ମିଳିବ।
ମକର: ପରିବେଶରୁ ଭୟ ଉପୁଜିପାରେ। ସେବା ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କୁମ୍ଭ: ସୁଖରେ ନ୍ୟୂନତା ଆସିପାରେ। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ଆପଣଙ୍କ ପରାମର୍ଶ ଉପାଦେୟ ହେବ। ଶାସ୍ତ୍ରଜ୍ଞତା ଓ ବ୍ରତକର୍ତ୍ତା ହେବେ। ନିର୍ଭୀକ ହେବେ।
ମୀନ: ଚିନ୍ତାଧାରା ଉନ୍ନତମାନର ହେବ। ପଢ଼ା ଲେଖାରେ କୃତିତ୍ୱ ଅର୍ଜନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆଶା କରାଯାଏ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

Leave A Reply