ବନ୍ଦ ଦୋକାନ ଘରୁ ୧୯୩ ବାଂଲାଦେଶୀ ଉଦ୍ଧାର

0

ସୁମାତ୍ରା : ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପ ଅନ୍ତର୍ଗତ ମେଡାନ ସହରର ଏକ ବନ୍ଦ ଦୋକାନ ଘରେ ଲୁଚାଇ ରଖାଯାଇଥିବା ୧୯୩ ବାଂଲାଦେଶୀଙ୍କୁ ଦେଶର ପୁଲିସ ଗତ ରାତିରେ ଉଦ୍ଧାର କରିଛି। ମାନବ ଚାଲାଣ ରାକେଟ ଦ୍ବାରା ସେମାନଙ୍କୁ ନିଯୁକ୍ତି ପ୍ରଦାନ ଆଳରେ ବାଲି ଓ ୟୋଗ୍ୟକର୍ତ୍ତା ସହର ଦେଇ ଏଠାକୁ ଅଣାଯାଇଥିଲା ଏବଂ ମାଲେସିଆ ପଠାଯିବାର ଯୋଜନା ଥିଲା ବୋଲି ପୁଲିସ କହିଛି। ସେମାନଙ୍କୁ ସ୍ଥାନୀୟ ଦେଶାନ୍ତରୀ ଆଶ୍ରୟକେନ୍ଦ୍ରକୁ ନିଆଯାଇଛି ଏବଂ ଶୀଘ୍ର ସ୍ବଦେଶକୁ ପଠାଇ ଦିଆଯିବ ବୋଲି ପୁଲିସ କହିଛି।

Leave A Reply