ବଡକୁଟ୍ରୁ ପଞ୍ଚାୟତରେ ଜନ ଶୁଣାଣୀ ଶିବିର
କଲମପୁର: କଲମପୁର ବ୍ଲକ ଅଧିନସ୍ଥ ବଡକୁଟ୍ରୁ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର ଆୟୋଜିତ ହେଇଯାଇଛି। ସରପଂଚ ଗଣେଶ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଜନ ଶୁଣାଣୀ ଶିବିରରରେ ବିଡିଓ ପ୍ରଶନ୍ନ କୁମାର ପଟେଲ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କରୁଣାକର ବାଗ, ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ, ସମାଜିକ ସୁରକ୍ଷା ଅଧିକାରୀ ଖିତିସୁତା ମେହେର. ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି, ବଡକୁଟୃ ରାଜସ୍ୱ ନିରୀକ୍ଷକ, ସ୍ୱାସ୍ଥ୍ୟ ବିଭାଗ, କୃଷି, ମତ୍ସ୍ୟ ଚାଷ ଆଦି ବିଭାଗର ଅଧିକାରୀ ଏବଂ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଜିଲା ପରିଷଦ ସଭ୍ୟା ଦୁହିତା ମାଝୀ ବଡକୁଟୃ ସମିତି ସଭ୍ୟ ବିକ୍ରମ କେଶରୀ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ଏହି ଶିବିରରେ ଆବାସ ଯୋଜନାରେ ସାମିଲ ହେବା ପାଇଁ ପଂ·ୟତର ୨୫୧ ଜଣ ହିତାଧିକାରୀ ଆବେଦନ କରିଥିବା ବେଳେ ସମାଜିକ ସୁରକ୍ଷା ଯୋଜନା ପାଇଁ ୨୨ ଜଣ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୨ ଜଣ, ମନରେଗା ସମସ୍ୟାର ସମାଧାନ ପାଇଁ ୯ ଏବଂ ଅନ୍ୟ ସମସ୍ୟାର ସମାଧାନ ପାଇଁ ୩ ଜଣ ହିତାଧିକାରୀ ସର୍ବମୋଟ ୨୮୭ ଗୋଟି ଅଭିଯୋଗ ଦାଖଲ ହେଇଥିଲା। ଏହି ଶିବିର ପରି·ଳନାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକାଶ ଚନ୍ଦ୍ର ମାଝୀ, ଗ୍ରାମ ରୋଜଗାର ସେବକ ଦୁର୍ଗା ପ୍ରସାଦ ପାତ୍ରଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଓ ପଞ୍ଚାୟତର ସମସ୍ତ ଲୋକ ପ୍ରତିନିଧି ସକ୍ରିୟ ସହଯୋଗ କରିଥିଲେ।
Comments are closed.