BJD Bijuli 480×75 Mob

ପଦୋନ୍ନତି ପାଇଥିବା ପଞ୍ଚାୟତ ସମ୍ପାଦକ ପାଇବେ ଅବସରକାଳୀନ ଭତ୍ତା

BJD Bijuli 480×75 Mob
0

ଭୁବନେଶ୍ୱର: ପଞ୍ଚାୟତ ସମ୍ପାଦକ ଭାବେ କାର୍ୟ୍ୟ କରି ପଦୋନ୍ନତି ପାଇ ଅବସର ଗ୍ରହଣ କରିଥିବା କର୍ମଚାରୀ ଏଣିକି ପେନସନ ସହ ଅବସରକାଳୀନ ଭତ୍ତା ପାଇବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଓ ବିଚାରପତି କୃଷ୍ଣରାମ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି। ବିଶେଷକରି ଯେଉଁ ପଞ୍ଚାୟତ ସମ୍ପାଦକମାନେ ଭିିଏଲଡବ୍ଲ୍ୟୁ ପଦକୁ ପଦୋନ୍ନତି ପାଇ ଅବସର ଗ୍ରହଣ କରିଛନ୍ତି ସେମାନେ ଏହି ସୁଯୋଗ ପାଇବେ ବୋଲି ଖଣ୍ଡପୀଠ ଆଦେଶନାମରେ ସ୍ପଷ୍ଟ କରିଛନ୍ତି।
ପ୍ରକାଶ ଯେ ମୋହନ ନାୟକ ଓ ଅନ୍ୟ ୨୧ଜଣଙ୍କ ପକ୍ଷରୁ ରାଜ୍ୟ ପ୍ରଶାସନିକ ଟ୍ରାଇବ୍ୟୁନାଲ(ସ୍ୟାଟ)ରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଥିଲା। ଟ୍ରାଇବ୍ୟୁନାଲ ସମସ୍ତ ମାମଲାଗୁଡ଼ିକର ଏକତ୍ର ଶୁଣାଣି କରି ଭିଏଲଡବ୍ଲ୍ୟୁମାନେ ପୂର୍ବରୁ ପଞ୍ଚାୟତ ସମ୍ପାଦକ ପଦରେ ରହି କାର୍ୟ୍ୟ ନିର୍ବାହ କରିଥିବାରୁ ତାହାକୁ ବିଚାରକୁ ନେବାକୁ ସରକାରଙ୍କୁ ଆଦେଶ ଦେଇଥିଲେ। ଆବେଦନକାରୀମାନେ ଦର୍ଶାଇଥିଲେ ଯେ ‘ଓଡ଼ିଶା ଭିଲେଜ ଲେଭେଲ ୱାରର୍କସ (ରିକ୍ରୁଟିମେଣ୍ଟ ଓ କଣ୍ଡିସନ ଅଫ୍‍ ସର୍ଭିସ) ରୁଲ୍‍-୨୦୦୮ ଭିତ୍ତିରେ ସେମାନଙ୍କୁ ପଦୋନ୍ନତି ମିଳିଛି। ଏଥି ପୂର୍ବରୁ ସେମାନେ ପଞ୍ଚାୟତ ସମ୍ପାଦକ ଭାବେ ସରକାରୀ କାର୍ୟ୍ୟ ତୁଲାଉଥିଲେ। ଏହାକୁ ବିଚାରକୁ ନେଇ ଟ୍ରାଇବ୍ୟୁନାଲ ତୁରନ୍ତ ଆବେଦନକାରୀଙ୍କୁ ପେନସନ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ରାଜ୍ୟ ସରକାର ଏହାକୁ ବିରୋଧ କରି ହାଇକୋର୍ଟରେ ଏକ ଅପିଲ ପିଟିସନ ଦାଖଲ କରିଥିଲେ। ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତିର ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି। ଯାହାଫଲରେ ୧୦ ବର୍ଷ ପୂରଣ କରିନଥିବା ଭିଏଲଡବ୍ଲ୍ୟୁ ଯେଉଁମାନେ ପଞ୍ଚାୟତ ସମ୍ପାଦକ ଭାବେ କାର୍ୟ୍ୟ ତୁଲାଇଛନ୍ତି ସେମାନେ ଏଥି ପାଇଁ ଯୋଗ୍ୟ ବିବେଚିତ ହେବେ।
ଟ୍ରାଇବ୍ୟୁନାଲରେ ଆବେଦନକାରୀଙ୍କ ପକ୍ଷରୁ ମୋକଦ୍ଦମା ପରିଚାଲନା କରୁଥିବା ଆଇନଜୀବୀ ମନୋଜକୁମାର ମିଶ୍ର ହାଇକୋର୍ଟରେ ମାମଲା ପରିଚାଳନା କରୁଥିଲା ବେଳେ ତାଙ୍କୁ ଦିଲୀପକୁମାର ପଟ୍ଟନାୟକ ସହାୟତା କରୁଥିଲେ।

Leave A Reply