ନୂଆ ୧୦୦ ଟଙ୍କିଆ ନୋଟ୍ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ମୁଦ୍ରିତ ନୂଆ ୧୦୦ ଟଙ୍କିଆ ନୋଟ୍କୁ ଏଟିଏମ୍ ଜରିଆରେ ଲୋକଙ୍କୁ ଦେବା ପାଇଁ ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା। ସୂଚନାଯୋଗ୍ୟ, ଏବେ ପ୍ରଚଳିତ ୧୦୦ ଟଙ୍କିଆ ନୋଟ୍ ତୁଳନାରେ ନୂଆ ୧୦୦ ଟଙ୍କିଆ ନୋଟ୍ର ଆକାର ଛୋଟ। ତେଣୁ ଦେଶରେ ଥିବା ୨.୪ ଲକ୍ଷ ଏଟିଏମ୍ ଟ୍ରେଗୁଡ଼ିକୁ ସେହି ଅନୁଯାୟୀ ପୁଣି ନୂଆ କରି ପ୍ରସ୍ତୁତ କରିବାକୁ ପଡ଼ିବ। ଏଥିପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏଟିଏମ୍ ଶିଳ୍ପ ସଂଘ ଉଦ୍ବେଗ ପ୍ରକାଶ କରିଛି। ବିମୁଦ୍ରାକରଣ ପରେ ଏଟିଏମ୍ଗୁଡ଼ିକୁ ନୂଆ ୫୦, ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ ଉପଯୋଗୀ କରିବା ପାଇଁ ଏଟିଏମ୍ ସଂଘ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏବେ ନୂଆ ଶହେ ଟଙ୍କିଆ ନୋଟ୍ ପାଇଁ ଖର୍ଚ୍ଚ ପରିମାଣ ପୁଣି ବୃଦ୍ଧି ପାଇବ। ଏଥିସହିତ ଏବେ ଉଭୟ ନୂଆ ଓ ପୁରୁଣା ୧୦୦ ଟଙ୍କିଆ ନୋଟ୍ ପ୍ରଚଳିତ ଥିବାରୁ ଏଟିଏମ୍ରେ ଅତିରିକ୍ତ ପୃଥକ୍ ପୃଥକ୍ ଟ୍ରେ ଖଞ୍ଜିବାକୁ ପଡ଼ିବ। ତେଣୁ ସେହି ବାବଦରେ ଆହୁରି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।