ଆନନ୍ଦପୁର/ଘସିପୁରା: ନଦୀରେ ବୁଡ଼ି ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଦେଓଗାଁର କାର୍ତ୍ତିକ ଚରଣ ରାଉତଙ୍କ ପୁଅ ରମେଶ ଚନ୍ଦ୍ର ରାଉତ (୨୫)। ସେ ୬ମାସ ହେବ ବିବାହ କରିଥିଲେ।
ରମେଶ ଘସିପୁରା ବ୍ଲକ ଦେଓଗାଁ କୁଶଳେଶ୍ୱରରେ କୁସେଇ ନଦୀ ଘାଟରେ ଗାଧୋଇଲାବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ଘାଟରେ ଥିବା ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଉଦ୍ଧାର କରି ନିକଟରେ ଥିବା ଦେଓଗାଁ ମେଡ଼ିକାଲକୁ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇ ଦେଓଗାଁ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ନଦୀରେ ବୁଡ଼ି ଯୁବକ ମୃତ
Popular Categories



