www.samajalive.in
Wednesday, December 10, 2025
23.1 C
Bhubaneswar

ଧରାପଡ଼ିଲା ଭିମସାର ନର୍ସିଙ୍ଗ ସ୍କୁଲରେ ଜନୈକ ଛାତ୍ରୀଙ୍କ ଜାଲ ପ୍ରମାଣପତ୍ର

ବୁର୍ଲା: ବୁର୍ଲା ଭିମସାରର ନର୍ସିଂ ସ୍କୁଲରେ କିଛି ଦିନ ତଳେ ସ୍କୁଲ ଅଧ୍ୟକ୍ଷାଙ୍କୁ ବଦଳି ଦାବିରେ ନର୍ସିଙ୍ଗ ଛାତ୍ରଛାତ୍ରୀମାନେ ଦିର୍ଘ ଏକ ମାସ ଧରି ଆନ୍ଦୋଳନ କରିଥିବା ବେଳେ ବର୍ତ୍ତମାନ ସେହି ସ୍କୁଲରେ ଅଧ୍ୟୟନ କରୁଥିବା ପ୍ରଥମ ବର୍ଷର ଏକ ଛାତ୍ରୀ ଜାଲ ପ୍ରମାଣ ପତ୍ର ଦେଇ ନାମ ଲେଖାଇଥିବା ପରି ଏକ ଗୁରୁତର ଅଭିଯୋଗ ହୋଇଥିଲା। ଘଟଣା ବିଷୟରେ ସ୍କୁଲ କର୍ତ୍ତୃପକ୍ଷ ଜାଣିବପରେ ସ୍କୁଲ ଅଧ୍ୟକ୍ଷା ମେଡିକାଲ ଅଧୀକ୍ଷକ ଏବଂ ବୁର୍ଲା ପୁଲିସକୁ ଲିଖିତ ଭାବରେ ଜଣାଇଥିଲେ। ଘଟଣା ବିଷୟରେ ଜାଣିବା ପରେ ସମ୍ପୃକ୍ତ ଛାତ୍ରି ଜଣକ କୌଣସି କାର୍ଯ୍ୟନୁଷ୍ଠାନ ହେବା ଭୟରେ ହଷ୍ଟେଲ ଛାଡି ଫେରାର ମାରିଥିଲେ। ନର୍ସିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷା ସ୍ନେହଲାତା ଓରାମ ଏହି ଘଟଣା ସମ୍ପର୍କରେ ପ୍ରଥମେ ଜାଣି ଅଭିଯୋଗ କରିଥିଲେ। ଛାତ୍ରଛାତ୍ରୀ ଲେଖାଇବା ପରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ତଦାରଖ ପାଇଁ ସେମାନେ ଉତ୍ତିର୍ଣ୍ଣ ହୋଇଥିବା ବିଦ୍ୟାଳୟ ଗୁଡିକୁ ଏହା ବାବଦରେ ତଥ୍ୟ ମଗାଯାଇଥାଏ। ରିପୋର୍ଟ ଆସିବା ପରେ ଛାତ୍ରଛାତ୍ରୀଙ୍କୁ ଷ୍ଟାଇଫେନ ମିଳିଥାଏ। ତେବେ ଏହି ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଜଣେ ପ୍ରଥମ ବର୍ଷର ଛାତ୍ରି ସୋନାଲିି ବେହେରା ତାଙ୍କ ଘର କେନ୍ଦୁଝର ଅଞ୍ଚଳରେ। ସେ ତାଙ୍କ ଯୁକ୍ତ ୨ ପ୍ରମାଣ ପତ୍ରରେ ଜାଲିଆତି କରି ନାମ ଲେଖାଇଥିଲେ। କର୍ତ୍ତୃପକ୍ଷ ଜାଣିବା ପରେ ତୁରନ୍ତ ମେଡିକାଲ ଅଧୀକ୍ଷକଙ୍କୁ ଜଣାଇବା ସହିତ ନର୍ସିଂ ନର୍ଦ୍ଦେଶକ ଏବଂ ବୁର୍ଲର୍ା ଥାନାକୁ ଲିଖିତ ଅଭିଯୋଗ କରିଥିବା ପୁର୍ବତନ ନର୍ସିଂ ଅଧ୍ୟକ୍ଷା ସ୍ନେହଲତା ଓରାମ କହିଛନ୍ତି। କିନ୍ତୁ ସଂପୃକ୍ତ ଛାତ୍ରୀ ଜଣକ ଅଭିଯୋଗ ହୋଇଥିବା ଜାଣିବା ପରେ ଛାତ୍ରୀନିବାସ ଛାଡି ଫେରାର ମାରିଛନ୍ତି। ହସପିଟାଲ ଅଧିକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ପଚାରିବାରୁ ଘଟଣାକୁ ସ୍ୱିକାର କରିବା ସହିତ ଏବାବଦରେ ବୁର୍ଲା ପୁଲିସ ଏବଂ ନର୍ସିଂ ନିର୍ଦ୍ଦେଶକଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି। ବୁର୍ଲା ଥାନାରେ ମାମଲା ରୁଜୁ କରି ନ ଥିବା ସୂଚନା ମିଳିଛି। ତେବେ ଛାତ୍ରୀ ଜଣକ ଜାଲ ପ୍ରମାଣ ପତ୍ର ଦେଇ ନାମଲେଖାଇ ଦିର୍ଘ ଛଅମାସ ପାଠ ପଢି ସାରିଥିଲେ କିନ୍ତୁ ସବୁଠାରୁ ବଡ କଥା ହେଲା ପୁଲିସ କିମ୍ବା ଭିମସାର କର୍ତ୍ତୃପକ୍ଷ ଏ ବିଷୟରେ ସବୁ ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚୁପ ହୋଇ ବସିଥିବା ନେଇ ବିଭିନ୍ନ ସଚେତନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories