www.samajalive.in
Monday, December 15, 2025
15.1 C
Bhubaneswar

ଦେବଦୂତ ସାଜିଲା ନୌସେନା

କୋଚି: ବନ୍ୟା ଜଳ ଘେରା ଘର ଛାତ ଉପରୁ ଜଣେ ଗର୍ଭବତୀଙ୍କୁ ନୌସେନା ବାହିନୀ ଉଦ୍ଧାର କରିବା ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଘଟଣା ଯେତିକି ରୋମାଞ୍ଚକର ସେତିକି ଦୁଃସାହସିକ ବୋଲି କୁହାଯାଉଛି।
ନୌସେନା ବାହିନୀ ପକ୍ଷରୁ ଟ୍ୱିଟ୍‍ରେ ଦିଆଯାଇଥିବା ଭିଡିଓ ଚିତ୍ର ଓ ସୂଚନା ଅନୁଯାୟୀ ବନ୍ୟା ବିଧ୍ୱସ୍ତ କେରଳର ଏନ୍ନାକୁଲମ୍‍ ଜିଲା ଛେଙ୍ଗାମାନାଣ୍ଡ ସହରରେ ରହୁଥିବା ସଜିଥା ଜାବିଲ୍‍ ନାମକ ଜଣେ ମହିଳା ଘର ଭିତରେ ପାଣି ଭର୍ତ୍ତି ହୋଇଯିବାରୁ ଛାତ ଉପରେ ଆଶ୍ରୟ ନେଇଥିଲେ। କିଛି ସମୟ ପରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ସେ ସହାୟତା ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ଶୁଣି ନଥିଲେ। ଚତୁର୍ଦ୍ଦିଗରେ କେବଳ ପାଣି ହିଁ ଦେଖାଯାଉଥିଲା। ଏହି ସମୟରେ ଦେବଦୂତ ସାଜି ନୌସେନାର ଏକ ଚୋପର ସେଠାରେ ପହଞ୍ଚିଥିଲା। ଆକାଶମାର୍ଗରୁ ମହିଳାଙ୍କ ଅବସ୍ଥା ନିରୀକ୍ଷଣ କରିବା ପରେ ଚୋପରଟି କିଛି ବାଟ ତଳକୁ ଓହ୍ଲାଇଥିଲା। କିନ୍ତୁ ସେଠାରେ ଲ୍ୟାଣ୍ଡିଂ କରିବା ପାଇଁ ସ୍ଥାନ ନଥିବାରୁ ଛାତ ଉପରୁ ଅଳ୍ପ କିଛି ଉଚ୍ଚତାରେ ହିଁ ଚୋପରଟି ଉଡ଼ନ୍ତା ଅବସ୍ଥାରେ ରହିଥିଲା। ଏହାପରେ ସଜିଥାଙ୍କୁ ରେସକ୍ୟୁ ରୋପ୍‍ ବା ଉଦ୍ଧାରକାରୀ ଉପକରଣ ଜରିଆରେ ଛାତ ଉପରୁ ଉଦ୍ଧାର କରାଯାଇଥିଲା। ରେସକ୍ୟୁ ରୋପ୍‍ ସାହାରାରେ ସଜିଥା ଆକାଶରେ କିଛି ସମୟ ପାଇଁ ଝୁଲି ରହିଥିଲେ। ଧୀରେ ଧୀରେ ତାଙ୍କୁ ଚୋପର ଭିତରକୁ ନିଆଯାଇଥିଲା। ସେଠାରୁ କୋଚି ସ୍ଥିତ ଆଇଏନ୍‍ଏସ୍‍ର ସଞ୍ଜିବନୀ ଡାକ୍ତରଖାନାରେ ପହଞ୍ଚିବାର କିଛି କ୍ଷଣ ପରେ ସଜିଥା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ଶିଶୁ ଓ ସଜିଥା ସୁସ୍ଥ ଅଛନ୍ତି।

- Advertisement -

ଦେଖନ୍ତୁ ଭିଡିଓ

ସୌଜନ୍ୟ: ଏନ୍‌ଡିଟିଭି

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories