www.samajalive.in
Sunday, December 14, 2025
23.1 C
Bhubaneswar

ଶୋଇବା ଶୈଳୀରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

ଯେପରି ପ୍ରତ୍ୟେକ ବ୍ୟକ୍ତିର ମୁହଁ, ଆଖି ଓ ହାତ ଭିନ୍ନ ହୋଇଥାଏ ସେହିପରି ସମସ୍ତଙ୍କ ଶୋଇବା ଶୈଳୀ ମଧ୍ୟ ଅନ୍ୟ ଠାରୁ ଅଲଗା ହୋଇଥାଏ। ସମସ୍ତେ ଭିନ୍ନ ଭିନ୍ନ ପ୍ରକାରରେ ଶୋଇଥାନ୍ତି। କିଏ ଉପରକୁ ମୁହଁ କରି ଶୋଇଥାଏ ତ କିଏ ଗୋଡ ଉପରେ ଗୋଡ ପକାଇ ଶୋଇଥାଏ। କିଛି ଲୋକ ଶୋଇବା ସମୟରେ ତାଙ୍କ ଆଖି ଅଧା ଖୋଲା ରହିଥାଏ। ଆମେ ଭାବିଥାଉ ଯେ ସେ ବ୍ୟକ୍ତି ଶୋଇବାର ବାହାନା କରି ପଡିଛି।
ସମୁନ୍ଦ୍ରଶାସ୍ତ୍ରରେ କୁହାଯାଇଛି ଯେ, ଶୋଇବା ଶୈଳୀରୁ ବ୍ୟକ୍ତିର ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ଜାଣି ହୁଏ। ଏହାସହ ଶୋଇବା ଶୈଳୀରୁ ମଧ୍ୟ ଆପଣ କେତେ ଭାଗ୍ୟଶାଳୀ ତାହା ଜାଣି ହେବ।କୁହାଯାଇଛି ଯେ, ଶୋଇବା ସମୟରେ ଯେଉଁ ବ୍ୟକ୍ତିମାନଙ୍କର ଆଖି ଅଧା ଖୋଲା ରହିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। କମ୍‍ ପରିଶ୍ରମ ଦ୍ୱାରା ଜୀବନରେ ସମସ୍ତ ସୁଖ ପ୍ରାପ୍ତି କରିଥାନ୍ତି। ଏପରି ବ୍ୟକ୍ତି ନିଜ ଲାଭ ବିଷୟରେ ଅଧିକ ଧ୍ୟାନ ଦେଇଥାନ୍ତି। ସୁଯୋଗ ଦେଖି ଲାଭ ଉଠାଇବାରେ ତତ୍ପର ହୋଇଥାନ୍ତି।ଉପରକୁ ମୁହଁ କରି ଶୋଉଥିବା ବ୍ୟକ୍ତିମାନେ ଶାନ୍ତ ପ୍ରକୃତିର ହୋଇଥାନ୍ତି। ଏପରି ବ୍ୟକ୍ତି ଜୀବନରେ ଆସୁଥିବା ସମସ୍ତ ବିପଦକୁ ଧୈର୍ଯ୍ୟର ସହ ସାମନା କରିଥାନ୍ତି। ସମସ୍ତ ପରିସ୍ଥିତିକୁ ବୁଝି କାର୍ଯ୍ୟ କରିବା ହେତୁ ଉନ୍ନତି ଆଡକୁ ଅଗ୍ରସର ହୋଇଥାନ୍ତି। ଏପରି ବ୍ୟକ୍ତି ଦାୟିତ୍ୱବାନ ହୋଇଥାନ୍ତି। ପରିବାରରେ ସମସ୍ତଙ୍କ କଥା ବୁଝିବା ସହ ସବୁ ଦାୟିତ୍ୱକୁ ଠିକ ଭାବେ ତୁଲାଇଥାନ୍ତି।ତଳକୁ ମୁହଁ କରି ଶୋଉଥିବା ବ୍ୟକ୍ତି ନିଜ ଦାୟିତ୍ୱକୁ ନେଇ ସର୍ବଦା ଡରିଥାନ୍ତି। ଏପରି ବ୍ୟକ୍ତି ନିଜ ଭିତରେ ଥିବା ଗୁଣକୁ ଲୁଚାଇବାକୁ ଚେଷ୍ଟା କରିଥାନ୍ତି। ଏହି କାରଣରୁ ସେମାନଙ୍କୁ ଜୀବନରେ ସଂଘର୍ଷ କରିବାକୁ ପଡିଥାଏ।
ନିଜ ଶରୀରକୁ ସର୍ବଦା ଘୋଡାଇ ଶୋଉଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଅନେକ ଅସୁବିଧାର ସାମନା କରିବାକୁ ପଡିଥାଏ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories