www.samajalive.in
Sunday, December 14, 2025
23.1 C
Bhubaneswar

ପବିତ୍ର ପୀଠ ଗୁପ୍ତେଶ୍ୱର

ଗୁପ୍ତେଶ୍ୱର ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ। ଏହା କୋରାପୁଟ ଜିଲ୍ଲାର ଜୟପୁରରେ ଅବସ୍ଥିତ। ଏହି ମନ୍ଦିର ରାମଗିରି ପର୍ବତର ଏକ ଗୁମ୍ଫାରେ ଅବସ୍ଥିତ। ସେଠାରେ ଶିବ ଲିଙ୍ଗ ବହୁ ପ୍ରାଚୀନ କାଳରୁ ରହିଛି। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଗୁମ୍ଫା ମଧ୍ୟରେ ରହିଥିବାରୁ ଶିବଲିଙ୍ଗଙ୍କୁ ଦର୍ଶନ କରିବା କଷ୍ଟସାଧ୍ୟ। ତେଣୁ ଏହାଙ୍କୁ ଗୁପ୍ତେଶ୍ୱର ବୋଲି କୁହାଯାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସବୁଜିମା ପରିବେଷ୍ଟିତ ଏହି ମନ୍ଦିରର ବହୁ ମାହାତ୍ମ୍ୟ ରହିଛି। ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବା ଦ୍ୱାରା ଜନ୍ମ ଜନ୍ମର ପାପ କ୍ଷୟ ହୋଇ ସବୁ ମନସ୍କାମନା ପୂରଣ ହୋଇଥାଏ।

- Advertisement -

ବହୁ ଦୂରଦୂରାନ୍ତରରୁ ଲୋକେ ଏଠାକୁ ଆସି ପ୍ରଭୁ ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିଥାଆନ୍ତି। ଶିବରାତ୍ରି ଏଠାର ମୁଖ୍ୟ ପର୍ବ। ସେଠାରେ ପର୍ଯ୍ୟଟଙ୍କ ରହିବା ପାଇଁ ସୁବିଧା ମଧ୍ୟ ରହିଛି। ଶିବରାତ୍ରି ସମୟରେ ବହୁ ସ୍ୱତନ୍ତ୍ର ଦୋକାନ ବଜାର ମଧ୍ୟ ବସେ।
ଜୟପୁର ଠାରୁ ଏହା ନିକଟତର ଅଟେ। ଜୟପୁର କିମ୍ବା କୋରାପୁଟ୍‍ଠାରୁ ସେଠାକୁ ଯିବା ପାଇଁ ଘରୋଇ ଯାନର ସୁବିଧା ରହିଛି। ପାହାଡ଼ିଆ ରାସ୍ତା ହେତୁ ବସରେ ଯିବା ବିପଦପୂର୍ଣ୍ଣ। ତେଣୁ ଛୋଟ ଛୋଟ ଗାଡ଼ିରେ ଯାତ୍ରୀଙ୍କୁ ନେବା ଆଣିବା କରାଯାଏ।
ଜୟପୁର ଠାରୁ ୧୨ କିଲୋମିଟର ଯିବା ପରେ ପାରାପୁଟ ବ୍ରିଜ ପଡ଼ିବ। ସେଠାରୁ ୧ କିମି ଯିବା ପରେ ଏକ ୱାଇ ଜଙ୍ଗସନ୍‍ ଦେଖାଯିବ। ସେଥିରେ ସିଧା ରାସ୍ତାରେ ୯ କିଲୋମିଟର ଯିବା ପରେ ପହଞ୍ôଚବେ ବୈପାରିଗୁଡ଼ା। ସେଠାରୁ ଆଉ କିଛି ଦୂର ଯିବା ପରେ ଆପଣ ପହଞ୍ଚିଯିବେ ଗୁପ୍ତେଶ୍ୱର। ପିକ୍‍ନିକ୍‍ ନିମନ୍ତେ ମଧ୍ୟ ଏକ ପ୍ରମୁଖ ସ୍ଥାନ ଅଟେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories