www.samajalive.in
Monday, December 8, 2025
16.1 C
Bhubaneswar

ଦାୟିତ୍ୱ ନେଲେ ଶକ୍ତିକାନ୍ତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ)ର ନୂଆ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦ ଭାର ଗ୍ରହଣ ପରେ ଶକ୍ତିକାନ୍ତଙ୍କ ଆଗରେ ଅନେକ ବଡ ଆହ୍ୱାନ ରହିଛି। ଯାହାର ସମାଧାନ ଏବେ ଶକ୍ତିକାନ୍ତଙ୍କ ଏକ ବଡ ଆହ୍ୱାନ। ତେବେ ଆର୍‍ବିଆଇର ସ୍ୱତନ୍ତ୍ରତା ବଜାୟ ରଖିବା ଉପରେ ପ୍ରୟାସ କରିବେ ବୋଲି ଦାୟିତ୍ୱ ଗ୍ରହଣ ପରେ ଆଜି ଶକ୍ତିକାନ୍ତ କହିଛନ୍ତି। ଏହାଛଡା କେନ୍ଦ୍ରୀୟ ବ୍ୟାଙ୍କର ମୌଳିକ ନୀତି, ବୃତ୍ତି, ବିଶ୍ୱସନୀୟତା ଏବଂ ସ୍ୱତନ୍ତ୍ରତା ଯେଭଳି ଅକ୍ଷୁଣ୍ଣ ରହିବ ତାହା ଉପରେ ଗୁରୁତ୍ୱ ଦେବେ। ଆର୍‍ବିଆଇରେ ସେବା କରିବା ତାଙ୍କ ପାଇଁ ଏକ ବଡ
ସମ୍ମାନ ଏବଂ ସୁଯୋଗର କଥା ବୋଲି ସେ କହିଛନ୍ତି। ତେବେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ଚଳିତମାସ ୧୪ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଉପରେ ଏବେ ଶିଳ୍ପ ସହ ବ୍ୟାଙ୍କିିଙ୍ଗ୍‍ କ୍ଷେତ୍ରର ବିଶେଷଜ୍ଞଙ୍କର ନଜର ରହିଛି।
ନୂଆ ପଦରେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଦାସ ଗୁରୁବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପରିଚାଳନା ନିର୍ଦେଶକ (ଏମ୍‍ଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ବୈଠକ ଡାକିଛନ୍ତି। ଆମର ଅର୍ଥନୀତିରେ ବ୍ୟାଙ୍କିିଙ୍ଗ୍‍ ହେଉଛି ଏକ ବଡ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ତେବେ ଏହି କ୍ଷେତ୍ର ସମ୍ପ୍ରତି ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି। ଏସବୁର ସମାଧାନ ହେବା ଜରୁରୀ। ତେବେ ତୁରନ୍ତୁ ସେ ଏ ଦିଗରେ ଗୁରୁତ୍ୱ ବୋଲି କହିଛନ୍ତି। ଅର୍ଥନୈତିକ ଦିଗରୁ ଦେଖିଲେ ଅର୍ଥନୀତିରେ ଯେତେବେଳେ ଆବଶ୍ୟକ ହେବେ ସେତେବେଳେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ସମ୍ପର୍କରେ ମତ ରଖି ସେ କହିଲେ, ମୁଁ ଜାଣିନାହିଁ ଏ ସମ୍ପର୍କ କେତେ ଭଲ କିମ୍ବା ଖରାପ, କିନ୍ତୁ ଆମକୁ ଏହାର ଅଂଶୀଦାରଙ୍କ ସହ ଆଲୋଚନା କରିବାକୁ ହେବ। ସରକାର ରିଜର୍ଭ ବ୍ୟାଙ୍କର କେବଳ ଜଣେ ଅଂଶୀଦାର ନୁହଁନ୍ତି, ସରକାର ଦେଶ ଚଳାଇବା ସହ ଅର୍ଥନୀତି ଏବଂ ପ୍ରମୁଖ ନୀତିଗୁଡିକର ପରିଚାଳନା କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଏବଂ ସରକାରଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବା ଜରୁରୀ।
ନୂଆ ପଦଭାର ଗ୍ରହଣ ପରେ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଆଜି ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ସହ ଚା’ ପାନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ପ୍ରଥମେ ଶ୍ରୀ ଆଚାର୍ଯ୍ୟ ହିଁ ସୂଚନା ଦେଇଥିଲେ। ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ରତା ପ୍ରତିହତ ହେବାକୁ ଯାଉଥିବା ସମ୍ପର୍କରେ ସେ ପ୍ରଥମେ କହିଥିଲେ। ଆଜି ନୂଆ ଗଭର୍ଣ୍ଣରଙ୍କୁ ଶ୍ରୀ ଆଚାର୍ଯ୍ୟ ଇସ୍ତଫା ଦେଇଥିବା ନେଇ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ସେ କହିଲେ, ବର୍ତ୍ତମାନ ମୁଁ ତାଙ୍କ ସହ ଚା’ ପାନ କରିଛିି। ଏବେ ମଧ୍ୟ ଶ୍ରୀ ଆଚାର୍ଯ୍ୟ ଆର୍‍ବିଆଇରେ ରହିଥିବା ଶ୍ରୀ ଦାସ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories