www.samajalive.in
Sunday, December 14, 2025
19.1 C
Bhubaneswar

ତ୍ରୁଟି ଦେଖିବା କ୍ଷଣି କାର୍ଯ୍ୟାନୁଷ୍ଠାନ

+୨ ପରୀକ୍ଷା ଶୃଙ୍ଖଳା ପାଇଁ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର  : ଆଉ ତର୍ଜମା ନାହିଁ କି ତଦନ୍ତ ନାହିଁ, ପରୀକ୍ଷା ସମୟରେ ତ୍ରୁଟି ଦେଖିବା କ୍ଷଣି ସଂପୃକ୍ତ ଶିକ୍ଷକ ହୁଅନ୍ତୁ ଅବା ଅନ୍ୟ କୌଣସି ଷ୍ଟାଫ୍‌ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଶିକ୍ଷକ ଓ ପରୀକ୍ଷକମାନେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ଧରିଥିବେ ବା କାହା ସଙ୍ଗେ ବାର୍ତ୍ତାଳପ କରି ପରୀକ୍ଷାରେ ବିଶୃଙ୍ଖଳା ସୃଷ୍ଟି କରୁଥିବେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବ। ଏକ୍ଷେତ୍ରରେ ବିନା ନୋଟିସରେ ପରୀକ୍ଷା ଆଇନ ୧୯୮୮ ଅନୁଯାୟୀ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ନିର୍ଦେଶ ଦେଇଛନ୍ତି।
ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଭିଡ଼ିଓ କନଫରେନ୍ସିଂରେ ମନ୍ତ୍ରୀ ଶ୍ରୀ ପାତ୍ର ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଯୁକ୍ତଦୁଇ ପରୀକ୍ଷା କିଭଳି ଶୃଙ୍ଖଳାର ସହିତ ହେବ ସେନେଇ ସମସ୍ତଙ୍କ ସହଯୋଗ ଲୋଡିବା ସହ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତିନାମା ଜାରି କରାଯାଇଛି। ସେଥିରେ ଶିକ୍ଷକ ଓ ଶିକ୍ଷାଅଧିକାରୀଙ୍କୁ କୁହାଯାଇଛି ଯେ ପରୀକ୍ଷା କେନ୍ଦ୍ର ଭିତରକୁ କୌଣସି ଛାତ୍ରଛାତ୍ରୀ ମୋବାଇଲ କିମ୍ବା ବୈଦ୍ୟୁତିକ ଉପକରଣ ଆଣି ପାରିବେ ନାହିଁ। ଏହାବାଦ୍‌ କପି ସମ୍ବନ୍ଧୀୟ ପ୍ରତ୍ୟେକ ଜିନିଷକୁ କଡା ଯାଞ୍ଚ କରାଯିବ। ଯେଉଁଠାରେ ସନ୍ଦେହ ଉପୁଜିବ ସେଠାରେ ତୁରନ୍ତ ସ୍ଥାନୀୟ ପୁଲିସର ସହାୟତା ନିଆଯିବ । ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍‌ ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଛାତ୍ରୀମାନଙ୍କୁ କେବଳ ଶିକ୍ଷୟିତ୍ରୀମାନେ ଯାଞ୍ଚ କରିବେ। ପରୀକ୍ଷା କେନ୍ଦ୍ର ସୀମା ଭିତରେ ଏବଂ ବାହାରେ କୋଳାହଳ କିମ୍ବା ଦଳବଦ୍ଧ ଲୋକ ରୁଣ୍ଡ ହେଲେ ତୁରନ୍ତ ପୁଲିସକୁ ଅବଗତ କରାଇବାକୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଯୁକ୍ତଦୁଇ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଅନ୍ୟ ସମସ୍ତ ବ୍ୟବସ୍ଥାରେ ଅଧିକ ଶୃଙ୍ଖଳା ଆଣିବାପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ଏଣିକି ସ୍କ୍ୱାଡର ସଦସ୍ୟମାନେ ପରୀକ୍ଷା ସମୟରେ ଯାଞ୍ଚବେଳେ ମୋବାଇଲ ସାଙ୍ଗରେ ନେଇ ପାରିବେ ନାହିଁ। ସେମାନେ ତାଙ୍କର ମୋବାଇଲ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଦାଖଲ କରିବେ। ଏହାପରେ ଯଦି କୌଣସି ପ୍ରକାର ସମସ୍ୟା ଦେଖାଦିଏ ତେବେ ସଂପୃକ୍ତ ସୁପରିଟେଣ୍ଡେଣ୍ଟଙ୍କୁ ଦାୟୀ କରାଯିବ। ସେହିପରି ଜିଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଉତ୍ତରଦାୟୀ କରାଯିବ। ଏହାବାଦ୍‌ ବିଭିନ୍ନ ସମୟରେ ଗଣମାଧ୍ୟମ ଜରିଆରେ ଉପୁଜୁଥିବା ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବ ନାହିଁ। ଯେଉଁ ଗଣମାଧ୍ୟମ ପ୍ରଶ୍ନପତ୍ର ପ୍ରଘଟ ଭଳି କୌଣସି ତଥ୍ୟ ଲୋକଲୋଚନକୁ ସେଠାରେ ସଂପୃକ୍ତ ଗଣମାଧ୍ୟମକୁ ତଦନ୍ତ ପରିସରଭୁକ୍ତ କରାଯିବ। ଯଦି ଘଟଣା ସତ୍ୟ ହୁଏ ତେବେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ନିକଟରେ ପ୍ରଶ୍ନପତ୍ର ପ୍ରଘଟ ନେଇ ମାମଲା ସାଇବର ଥାନାରେ ରୁଜୁ କରାଯାଇଛି। ଆଗାମୀ ଦିନରେ ଏସବୁକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରମୁଖ ସଚିବ ଶ୍ରୀ ମହାପାତ୍ର ରୋକ୍‌ଠୋକ୍‌ ଶୁଣାଇଛନ୍ତି। ମାର୍ଚ୍ଚ ୬ତାରିଖରୁ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାରେ ୩ଲକ୍ଷ ୬୫ହଜାର ୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୧୫୩୯ ମହାବିଦ୍ୟାଳୟକୁ ଦାୟିତ୍ୱ ଦିଆଯାଇଥିବାବେଳେ ସେମାନଙ୍କ ପାଇଁ ୨୦୨ଟି ପରୀକ୍ଷା ହବ୍‌ ରହିଛି। ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଦେବେ ଏନେଇ ଏକ ବିଜ୍ଞପ୍ତିନାମା ପରିଷଦ ପକ୍ଷରୁ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ଜାରି କରିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories