BJD Bijuli 480×75 Mob

ଜିନ୍‍ପିଙ୍ଗ୍‍ଙ୍କ ‘ନ୍ୟୁ ସିଲ୍କ ରୋଡ୍‍’ ପ୍ରକଳ୍ପ ନେଇ ଋଣଯନ୍ତାରେ ୮ରାଷ୍ଟ୍ର

BJD Bijuli 480×75 Mob
0

ବେଜିଂ: ଆଗାମୀ କିଛି ବର୍ଷ ମଧ୍ୟରେ ଚୀନ୍‍ର ଆର୍ଥିକ ସାମ୍ରାଜ୍ୟବାଦୀ ନୀତିର ଶିକାର ହେବାକୁ ଯାଉଛନ୍ତି ପାକିସ୍ତାନ, ମାଳଦ୍ୱୀପ, ମଙ୍ଗୋଲିଆ, ଲାଓସ୍‍, ତାଜିକ୍‍ସ୍ଥାନ, କିରଗିଜ୍‍ସ୍ଥାନ, ମଣ୍ଟେନେଗ୍ରୋ, ଜିବୋତି ଭଳି ରାଷ୍ଟ୍ର। ଶ୍ରୀଲଙ୍କା ମଧ୍ୟ ଏହାର ଶିକାର ହୋଇପାରେ ବୋଲି କୁହାଯାଉଛି। ପରିସ୍ଥିତି ଏମିତି ହୋଇଛି ଯେ ଏହି ରାଷ୍ଟ୍ରଗୁଡ଼ିକ ଚୀନ୍‍ର ଉପନିବେଶ ପାଲଟିବା ଆଶଙ୍କା ଜଳ ଜଳ ଦିଶୁଛି। ଏହି ରାଷ୍ଟ୍ରଗୁଡ଼ିକ ଚୀନ୍‍ଠାରୁ ବିପୁଳ ପରିମାଣରେ ଋଣ ନେଇ ଆଉ ପରିଷୋଧ କରିପାରୁ ନାହାନ୍ତି। ରାଜିନାମା ଅନୁସାରେ ଯେଉଁ ପ୍ରକଳ୍ପ ବା ଯୋଜନା ପାଇଁ ସେମାନେ ଚୀନ୍‍ଠାରୁ ଋଣ ନେଇଛନ୍ତି ସମ୍ପୃକ୍ତ ପ୍ରକଳ୍ପ ଅଞ୍ଚଳ ଚୀନ୍‍କୁ ୯୯ବର୍ଷୀୟା ଲିଜ୍‍ରେ ଦେଇଛନ୍ତି। ଶ୍ରୀଲଙ୍କା ଗତ ବର୍ଷ ୧୪୦କୋଟି ଡଲାର ଋଣ ପରିଶୋଧ କରିନପାରି ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦରକୁ ଲିଜ୍‍ରେ ଟେକି ଦେଇଛି।
‘ନ୍ୟୁ ସିଲ୍କ ରୋଡ୍‍’ ଭାବେ ପରିଚିତ ଚୀନ୍‍ର ଉଚ୍ଚାକାଙ୍‍କ୍ଷୀ ବାଣିଜ୍ୟିକ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପ ‘ବେଲ୍ଟ ଏଣ୍ଡ ରୋଡ୍‍’(ବିଏଆର)ର ଅଂଶବିଶେଷ ସ୍ୱରୂପ ଏହି ରାଷ୍ଟ୍ରଗୁଡ଼ିକ ବିପୁଳ ଋଣ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ଚୀନ୍‍କୁ ୟୁରୋପ ସହିତ ସଡ଼କ ପଥରେ ସଂଯୋଗ କରିବାକୁ ଥିବାବେଳେ ପରିବର୍ତ୍ତିତ ପରିସ୍ଥିତିରେ ଏହା ସମ୍ପୂର୍ଣ୍ଣ ହେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ୨୦୧୩ରେ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ୍‍ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ। ରେଳପଥ, ସଡ଼କ ଓ ବନ୍ଦର ଇତ୍ୟାଦି ନିର୍ମାଣ ବାବଦରେ ଚୀନ୍‍ ଉପରୋକ୍ତ ରାଷ୍ଟ୍ରଗୁଡ଼ିକୁ ବିପୁଳ ଋଣ ଦେଇଥିଲେ। ସେତେବେଳେ ସେ ଜାଣିଥିଲେ ଯେ ଏହି ରାଷ୍ଟ୍ରଗଡ଼ିକ ଋଣ ପରିଶୋଧ କରିପାରିବେ ନାହିଁ; ଫଳରେ ସର୍ତ୍ତ ମୁତାବକ ସମ୍ପୃକ୍ତ ଅଞ୍ଚଳକୁ ଲିଜ୍‍ ସୂତ୍ରରେ ନେଇ ଚୀନ୍‍ ନିଜ ଅଞ୍ଚଳ ଭାବେ ଅଧିକାର ସାବ୍ୟସ୍ତ କରିବ। ଏହା ଏବେ ସାକାର ହେବାକୁ ଯାଉଛି। ଚୀନ୍‍ ଏହି ପ୍ରକଳ୍ପ ବାବଦରେ ୫ହଜାର କୋଟି ଡଲାର ବିନିଯୋଗ କରିଛି।
ସୋମବାର ଏହି ପ୍ରକଳ୍ପର ବାର୍ଷିକୀ ପାଳନ ଅବସରରେ ଜିନ୍‍ପିଙ୍ଗ୍‍ କହିଛନ୍ତି ଯେ ‘ପ୍ରକଳ୍ପ ଆଦୌ ଗୋଟିଏ ଚାଇନା କ୍ଲବ ନୁହେଁ’। ଅପରପକ୍ଷରେ ଚୀନ୍‍ର ମତିଗତି ଦେଖି ମାଳେସିଆ ଭଳି ରାଷ୍ଟ୍ର ବିସ୍ମୟ ପ୍ରକାଶ କରିବା ସହ ପ୍ରକଳ୍ପର ମୂଲ୍ୟ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ମାଳେସିଆ ଏବେ ଏଥିରୁ ଓହରିଯିବା ପାଇଁ ଚିନ୍ତା କରୁଛି; କାରଣ ଚୀନ୍‍ ସହାୟତାରେ କାର୍ୟ୍ୟକାରୀ ହୋଇଥିବା ପ୍ରକଳ୍ପର ୮୦ପ୍ରତିଶତ ଏବେ ଚୀନ୍‍ କବ୍‍ଜାରେ। ଏହା ଦ୍ୱାରା ଭାରତ ମହାସାଗରକୁ ଚୀନ୍‍ ଏବେ ଅକ୍ତିଆର କରିବାକୁ ବସିଛି। ପାକିସ୍ତାନ ସମ୍ପ୍ରତି ଆର୍ଥିକ ଦେବାଳିଆ ସ୍ଥିତିରେ ଥିବାରୁ ନୂଆ ସରକାର ଚୀନ୍‍-ପାକସ୍ତାନ ଅର୍ଥନୈତିକ ଅଞ୍ଚଳ ଯୋଜନା ପାଇଁ ଚୀନ୍‍ଠାରୁ ଆଣିଥିବା ବିପୁଳ ଋଣ ପରିଶୋଧ କରିବାକୁ ଅକ୍ଷମ ବୋଲି ସୂଚନା ଦେଇଛନ୍ତି। ଆଫ୍ରିକୀୟ ରାଷ୍ଟ୍ର ଜିବୋତି ମଧ୍ୟ ଚୀନ୍‍ର ମାୟା ଜାଲରେ ପଡ଼ି ସମଦଶା ଭୋଗୁଥିବା ଜଣାପଡ଼ିଛି।
କେବଳଏହି ୮ଟି ରାଷ୍ଟ ନୁହେଁ; ନିଜେ ଚୀନ୍‍ ମଧ୍ୟ ଏହି ପ୍ରକଳ୍ପ ନେଇ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ଏହାଛଡ଼ା ଉପରୋକ୍ତ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ପ୍ରକଳ୍ପ ନେଇ ବିରୋଧାଭାଷ ଶୁଣାଯିବା ପରେ ଚୀନ୍‍ ଚିନ୍ତାରେ ପଡ଼ିଯାଇଛି। ଏଥିନେଇ ଜିନ୍‍ପିଙ୍ଗ୍‍ ଦେଶବାସୀଙ୍କୁ ଉତ୍ତର ଦେବା ପରିସ୍ଥିତିରେ ନାହାନ୍ତି।

Leave A Reply