ଜାମ୍ମୁ କାଶ୍ମୀର : ରାଜ୍ୟପାଳଙ୍କ ସାମ୍ନାରେ ଜାତୀୟ ସଂଗୀତକୁ ଅସମ୍ମାନ
ଜାମ୍ମୁ : ଜାମ୍ମୁ କାଶ୍ମୀରରେ ୨୧ ଫେବୃଆରୀରେ ସରକାରଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସାମ୍ନାରେ ଜାତୀୟ ସଂଗୀତକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ଜାତୀୟ ସଂଗୀତକୁ ଅସମ୍ମାନ କରିଥିବାରୁ ଜଣେ ସରକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ସାହିତ୍ୟ ଏବଂ ସାଂସ୍କୃତିକ ଉତ୍ସବ ଉଦ୍ଘାଟନ ବେଳେ ଜାତୀୟ ସଂଗୀତକୁ ଅସମ୍ମାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏନ୍ଏନ୍ ଭୋହରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଜାତୀୟ ସଂଗୀତ ଗାନ କରାଗଲା ବେଳେ ଜାମ୍ମୁ କାଶ୍ମୀର ଜେକେଏଏସ୍ିଏଲର ଅଧିକାରୀ ସୟଦ ଇଫି୍ତିଖାର ଅହମ୍ମଦ ଠିଆ ହୋଇନଥିଲେ । ଏନେଇ ସ୍ପଷ୍ଟି କରଣ ଦେବାକୁ ଅଧିକାରୀ ଜଣକୁ କୁହାଯାଇଥିବା ସୂଚନା ମିଳିଛି ।