www.samajalive.in
Saturday, December 13, 2025
21.1 C
Bhubaneswar

ଗୋଆ ଲୋକସଭା ନିର୍ବାଚନ ଲଢିବ ଶିବସେନା

ପାଣାଜୀ : ଶିବସେନା ଆସନ୍ତା ବର୍ଷ ଗୋଆ ଲୋକସଭା ନିର୍ବାଚନରେ ପୂର୍ବତନ ଆରଏସ୍‌ଏସ୍‌ ନେତା ସୁବାଶ ମେଲିଙ୍ଗକରଙ୍କ ନେତୃତ୍ୱାଧୀନ ଗୋଆ ସୁରକ୍ଷା ମଞ୍ଚ (ଜିଏସ୍‌ଏମ୍‌) ସହ ମିଶି ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି । ଏହା ପୂର୍ବରୁ ଶିବସେନା-ଜିଏସ୍‌ଏମ୍‌ ମେଣ୍ଟ କରି ଗୋଆ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ବି ଗୋଟିଏ ଆସନ ଜିତିପାରିନଥିଲେ । ଜିଏସ୍‌ଏମ୍‌ ସହ ମେଣ୍ଟକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ସୂଚନା ଦେଇଛନ୍ତି । ଏଥିପାଇଁ ଆସନ୍ତା ମାସରେ ଉଦ୍ଧବ ଠାକରେ ଗୋଆ ଗସ୍ତରେ ଯିବେ ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories