www.samajalive.in
Saturday, December 13, 2025
21.1 C
Bhubaneswar

କଳା ବ୍ୟାଜ୍‌ ପିନ୍ଧି ଦିଲ୍ଲୀ ଆଇଏଏସ୍‌ଙ୍କ ପ୍ରତିବାଦ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆମ ଆଦମୀ ପାର୍ଟି (ଆପ) ବିଧାୟକଙ୍କ ମାଡ଼ ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜେରିୱାଲ କ୍ଷମା ମାଗିବାକୁ ଦିଲ୍ଲୀ ଆଇଏଏସ୍‌ ସଂଘ ଦାବି କରିଛି । ଏହି ଘଟଣାର ପ୍ରତିବାଦରେ ସୋମବାର ଦିଲ୍ଲୀ ଆଇଏଏସ୍‌ ଅଧିକାରୀମାନେ କଳା ବ୍ୟାଜ୍‌ ପିନ୍ଧି କାର୍ଯ୍ୟରେ ଯୋଗଦେଇଥିଲେ । ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା କରିନାହାନ୍ତି । ହେଲେ ଆମେ ଲିଖିତ କ୍ଷମା ପ୍ରାର୍ଥନା ଦାବି କରୁଛୁ ବୋଲି ଆଇଏଏସ୍‌ ମିଳିତ ମଞ୍ଚ ପକ୍ଷରୁ ପୁଜା ଯୋଶୀ କହିଛନ୍ତି । ଅପରପକ୍ଷରେ ଦିଲ୍ଲୀ ପୁଲିସ୍‌ ଅରବିନ୍ଦ କେଜେରିୱାଲଙ୍କ ବାସଭବନରୁ ମିଳିଥିବା ସିସିଟିଭି ଫୁଟେଜ୍‌ରେ ଏପଟସେପଟ କରାଯାଇଥିବା କହିଛି । ପୁଲିସ୍‌ ପକ୍ଷରୁ ସିସିଟିଭି ଫୁଟେଜ୍‌କୁ ଅପରାଧୀକ ଅନୁସନ୍ଧାନ ଗବେଷଣାଗାରକୁ ପଠାଯିବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଅଦାଲତରେ ଏହି ମାମଲାର ଶୁଣାଣି ବେଳେ ଦିଲ୍ଲୀ ଡିସିପି ହାରେନ୍ଦ୍ର ସିଂ କହିଥିଲେ ଯେ କ୍ୟାମେରା ଥିବା ରୁମ୍‌ରେ ମୁଖ୍ୟ ଶାସନ ସଚିବ ଏବଂ ଦିଲ୍ଲୀ ଆପ୍‌ ନେତାଙ୍କ ବୈଠକ ହୋଇନଥିଲା । ପାଖ ଏକ ଡ୍ରଇଂ ରୁମ୍‌ରେ ଏହି ବୈଠକ ହୋଇଥିଲା । ଅରବିନ୍ଦ କେଜେରିୱାଲଙ୍କ ଘରୁ ୨୧ଟି ସିସିଟିଭି କ୍ୟାମେରା ଓ ହାର୍ଡଡିକ୍ସ ଜବତ କରାଯାଇଛି । ଜବତ ସିସିଟିଭି ମଧ୍ୟରୁ ଘଟଣା ଦିନ ୭ଟି ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ନଥିଲା । ସିସିଟିଭି କ୍ୟାମେରାର ସମୟ ପ୍ରାୟ ୪୦ ମିନିଟ ପଛରେ ଥିଲା । କ୍ୟାମେରା ଓ ହାର୍ଡଡିକ୍ସ ଦେବାକୁ ଅନୁରୋଧ କରାଯିବା ପରେ ବି ମୁଖ୍ୟମନ୍ତ୍ରୀ ନଶୁଣିବାରୁ ପୁଲିସ୍‌ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଇ ସିସିଟିଭି କ୍ୟାମେରା ଜବତ କରିଥିଲା ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories