www.samajalive.in
Monday, December 15, 2025
15.1 C
Bhubaneswar

ବ୍ରହ୍ମାଣ୍ଡର ସବୁଠୁ ବଡ କୃଷ୍ଣଗର୍ତ୍ତ ଆବିଷ୍କୃତ

ନୂଆଦିଲ୍ଲୀ : ବୈଜ୍ଞାନିକମାନେ ବ୍ରହ୍ମାଣ୍ଡରେ ସବୁଠୁ ବଡ଼ କୃଷ୍ଣଗର୍ତ୍ତ (ବ୍ଲାକ୍‌ ହୋଲ) ଆବିଷ୍କାର କରିଥିବା ଦାବି କରିଛନ୍ତି । ଆଜି ପର୍ଯ୍ୟନ୍ତ ବିଶ୍ୱ ବ୍ରହ୍ମାଣ୍ଡରେ ଆବିଷ୍କୃତ କୃଷ୍ଣଗର୍ତ୍ତ ମଧ୍ୟରୁ ଏହା ସବୁଠୁ ବଡ଼ ବୋଲି କୁହାଯାଉଛି । ଏହି କୃଷ୍ଣଗର୍ତ୍ତ ପୃଥିବୀଠାରୁ ୩.୫ ଶହ କୋଟି ଆଲୋକ ବର୍ଷ ଦୂରରେ ଅବସ୍ଥିତ । ନାସା ଚନ୍ଦ୍ର ଏକ୍ସରେ ଟେଲିସ୍କୋପ ଏବଂ ରେଡିଓ ତରଙ୍ଗ ଦ୍ୱାରା ଏହି କୃଷ୍ଣଗର୍ତ୍ତକୁ ଠାବ୍‌ କରାଯାଇଛି । କୃଷ୍ଣଗର୍ତ୍ତ ଏବଂ ବ୍ୟବହାରୀକଗୁଣ ଏବେ ବି ଅନେକ ମାତ୍ରାରେ ରହସ୍ୟମୟ ହୋଇ ରହିଛି । ଏହାର ଉତ୍ପତି ଓ ବ୍ୟବହାରୀକ ଗୁଣକୁ ଜାଣିବା ପାଇଁ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ଅକାଶ ଗଙ୍ଗାରେ ବଡ଼ ବଡ଼ ତାରା ନଷ୍ଟ ବା ଧ୍ୱଂସ ହେବା ପରେ କୃଷ୍ଣଗର୍ତ୍ତରେ ପରିଣତ ହୋଇଥାନ୍ତି। ବ୍ରହ୍ମାଣ୍ଡରେ ଅନେକ ଆକାଶ ଗଙ୍ଗା ରହିଛି । ପ୍ରାୟ ପ୍ରତ୍ୟେକ ଆକାଶ ଗଙ୍ଗାରେ ଏକରୁ ଏକାଧିକ କୃଷ୍ଣଗର୍ତ୍ତ ରହିଛନ୍ତି । କୃଷ୍ଣଗର୍ତ୍ତରେ ଉଚ୍ଚ ତୀବ୍ରତାର ମାଧ୍ୟାକର୍ଷଣ ଭଳି ଶକ୍ତି ଥାଏ । ଏହାର ପରିସରକୁ କୌଣସି ଗ୍ରହ, ଉପଗ୍ରହ କିମ୍ବା ଶିଳାଖଣ୍ଡ ଆସିଲେ ଉଚ୍ଚ ତୀବ୍ରତାର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଧ୍ୱଂସ ହୋଇଯାଇଥାଏ । ଏପର୍ଯ୍ୟନ୍ତ ଆବିଷ୍କୃତ କୃଷ୍ଣଗର୍ତ୍ତ ମଧ୍ୟରୁ ଅର୍ଦ୍ଧାଧିକ ସୂର୍ଯ୍ୟଠାରୁ ୧୦ ଶହ କୋଟି ଗୁଣ ଅଧିକ ବଡ଼ ବୋଲି କୁହାଯାଉଛି । ଏହି କୃଷ୍ଣଗର୍ତ୍ତ ଗୁଡ଼ିକ ଧୀରେ ଧୀରେ ବୃଦ୍ଧି ପାଉଥିବା ଅନୁଧ୍ୟାନରୁ ଜଣାପଡିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories