ଜାଣନ୍ତୁ, କଳସ ପୂଜା କରିବାର ବିଧି ଓ ମହତ୍ତ୍ୱ

0

ହିନ୍ଦୁ ଧର୍ମରେ କୌଣସି ପୂଜା କିମ୍ବା କୌଣସି ଧାର୍ମିକ ଅନୁଷ୍ଠାନରେ ପୂଜା ସାମଗ୍ରୀ ସହ ଅନେକ ଦ୍ରବ୍ୟ ବ୍ୟବହାର କରାଯାଇଥାଏ। ଯେପରିକି ଫୁଲ,ଦୀପ,ଘଣ୍ଟି,ଶଙ୍ଖ,ଆସନ ଓ କଳସ ଇତ୍ୟାଦିର ଅନେକ ବିଶେଷ ମହତ୍ତ୍ୱ ରହିଛି। ଭାରତୀୟ ସଂସ୍କୃତି ଅନୁସାରେ ଯେକୌଣସି ଶୁଭ କାର୍ଯ୍ୟ ବେଳେ କଳସ ସ୍ଥାପନର ବିଧି ଅତ୍ୟନ୍ତ ପୁରୁଣା ଅଟେ। କଳସକୁ ପୂଜା କରି ସ୍ଥାପନା କରିବା ପରେ ଯେକୌଣସି କାର୍ଯ୍ୟ ଆରମ୍ଭ କରାଯାଇଥାଏ। କଳସରେ ସମସ୍ତ ଦେବାଦେବୀ ମଧ୍ୟ ବାସ କରନ୍ତି ବୋଲି କୁହାଯାଇଥାଏ। କଳସ ସ୍ଥାପନ କରିବାର ଏକ ବିଶେଷ ବିଧି ରହିଛି। ଆସନ୍ତୁ ଜାଣିବା କଳସକୁ କିପରି ସ୍ଥାପନ କରିବା…


କଳସକୁ ସମସ୍ତ ବ୍ରହ୍ମାଣ୍ଡ ବୋଲି ମାନ୍ୟତା ଦିଆଯାଇଛି। କାରଣ ଏହା ବ୍ରହ୍ମାଣ୍ଡ ସଦୃଶ ଅଟେ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କଳସ ପୂଜା କରିବା ଉଚିତ। ପୂଜାସ୍ଥଳର ଐଶାନ୍ୟ କୋଣରେ କଳସ ସ୍ଥାପିତ କରନ୍ତୁ। ପୂଜା ସମୟରେ ତମ୍ବାର କଳସ ବ୍ୟବହାର କରିବା ଉଚିତ। ଯଦି ତମ୍ବାର କଳସ ନ ଥିବ ତେବେ ମାଟିର କଳସ ମଧ୍ୟ ପୂଜା କରି ପାରିବେ। ଏହାଦ୍ୱାରା ସମସ୍ତ କୁଦୃଷ୍ଟି ମଧ୍ୟ ଦୂରେଇ ଯାଇଥାଏ। ଘରେ ସର୍ବଦା କଳସ ପାଖରେ ଗଣେଶଙ୍କୁ ସ୍ଥାପନ କରନ୍ତୁ। କଳସ ଓ ଗଣେଶଙ୍କୁ ଏକା ସହ ପୂଜା କରିବା ଉଚିତ।

prayash


କଳସକୁ ସିଧା ସଳଖ ଭୂମି ଉପରେ ରଖିବା ଅନୁଚିତ। କଳସ ସ୍ଥାପନା କରିବା ପୂର୍ବରୁ ପ୍ରଥମେ ଭୂମିକୁ ଭଲ ଭାବରେ ସଫା କରନ୍ତୁ। ତାପରେ ବାଲି ଓ ଘାସ ରଖି କଳସ ସ୍ଥାପନ କରନ୍ତୁ। କଳସରେ ସର୍ବଦା ପାଣି ଭର୍ତ୍ତି କରି ରଖନ୍ତୁ। କଳସରେ ବସ୍ତ୍ର ଗୁଡାଇ ରଖିବା ଉଚିତ। କଳସରେ ଆମ୍ବ ପତ୍ର ରଖି ତାଉପରେ ପଇଡ କିମ୍ବା ନଡିଆ ରଖିବା ଉଚିତ। କଳସରେ ସିନ୍ଦୁର ଲଗାଇ ପୂଜା କରନ୍ତୁ।

ଗୃହର ଐଶାନ୍ୟ କୋଣରେ କଳସ ସ୍ଥାପନ କରିବା ଦ୍ୱାରା ସମସ୍ତ କୁଦୃଷ୍ଟି ଲୋପ ପାଇ ଧନ ବୃଦ୍ଧି ହୋଇଥାଏ।

kalyan agarbati
Leave A Reply