nua o banner

ଛୁଟିରେ ଯାଇଥିବା ୨୫ କର୍ମଚାରୀଙ୍କୁ ବିଦା କଲା ଏୟାର ଇଣ୍ଡିଆ

BJD Bijuli 480×75 Mob

ନୂଆଦିଲ୍ଲୀ: ଅସୁସ୍ଥତା କାରଣ ଦର୍ଶାଇ ସମୂହ ଛୁଟିରେ ରହିଥିବା ଶତାଧିକ କର୍ମଚାରୀଙ୍କ ମଧ୍ୟରୁ ୨୫ କର୍ମଚାରୀଙ୍କୁ ବିଦା କରିଛି ଏୟାର ଇଣ୍ଡିଆ। ଏହି କର୍ମଚାରୀମାନେ ଏକକାଳୀନ ଛୁଟିରେ ରହିବା କାରଣରୁ ଗତ ବୁଧବାର ଏୟାର ଇଣ୍ଡିଆର ୭୦ରୁ ଊର୍ଦ୍ଧ୍ବ ଉଡ଼ାଣ ବାତିଲ ହୋଇଥିବାବେଳେ ଅନେକ ଉଡ଼ାଣ ବିଳମ୍ବିତ ହୋଇଥିଲା। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏୟାର ଇଣ୍ଡିଆ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଏୟାର ଇଣ୍ଡିଆର ୧୦୦ରୁ ଅଧିକ କର୍ମଚାରୀ ସମୂହ ଛୁଟିରେ ରହିଥିଲେ। ଛୁଟି ଦରଖାସ୍ତରେ ସମସ୍ତେ ଅସୁସ୍ଥତା କାରଣ ଦର୍ଶାଇଥିଲେ। ଏୟାର ଇଣ୍ଡିଆ ଏବଂ ଏୟାର ଏସିଆର ମିଶ୍ରଣକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କର୍ମଚାରୀଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା। ଏହା ପ୍ରତିବାଦରେ କର୍ମଚାରୀମାନେ ସମୂହ ଛୁଟି ନେଇଥିବା ଚର୍ଚ୍ଚା ହୋଇଥିଲା। ସମୂହ ଛୁଟି ଯୋଗୁ ଏୟାର ଇଣ୍ଡିଆର ବହୁ ବିବାନ ଚଳାଚଳ ବନ୍ଦ ରହିବା ସହିତ ଅନେକ ଉଡ଼ାଣ ବାତିଲ ହୋଇଥିଲା। ଏହି କାରଣରୁ କମ୍ପାନୀ ପକ୍ଷରୁ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଚାକିରିରୁ ବାହାର କରିଦିଆଯାଇଛି। ୨୫ କର୍ମଚାରୀଙ୍କୁ ଟର୍ମିନେସନ ନୋଟିସ ପଠାଯାଇଥିବା ଜଣାପଡ଼ିଛି।

Comments are closed.