କୋଚି: ଏୟାର ଇଣ୍ଡିଆର ଏକ ବିମାନ ମଙ୍ଗଳବାର ଦିନ କୋଚି ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନଟି ଦୁବାଇରୁ ମାଙ୍ଗାଲୋର ଆସୁଥିଲା। ମାଙ୍ଗାଲୋରରେ ପହଞ୍ଚିବା ପୂର୍ବରୁ ହଠାତ ଏହା ଦିଗ ପରିବର୍ତ୍ତନ କରିଥିଲା। ମାଙ୍ଗାଲୋରରେ ପାଗ ଖରାପ ଥିବାରୁ ଏହା ଦିଗ ପରିବର୍ତ୍ତନ କରିବା ସହିତ ତୁରନ୍ତ ଜରୁରୀ ଅବତରଣ କରିବାକୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ କୁହାଯିବା ପରେ ବିମାନଟି କୋଚି ବିମାନ ବନ୍ଦରରେ ଓହ୍ଲାଇଥିଲା ବୋଲି କୋଚି ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ଏସିକେ ନାୟାର କହିଛନ୍ତି। ତେବେ ଏହା ଜରୁରୀ ଅବତରଣ କରିବାକୁ ଯାଉଛି ବୋଲି ଶୁଣିବା ପରେ ବିମାନ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ଅବଶ୍ୟ ବିମାନ ବନ୍ଦରରେ ନିରାପଦରେ ଅବତରଣ କରିବାପରେ ସେମାନେ ଆଶ୍ୱସ୍ତ ହୋଇଥିଲେ।
Popular Categories



