www.samajalive.in
Friday, December 5, 2025
26.1 C
Bhubaneswar

ରାୟପୁର ହସପିଟାଲରେ ମୃତଦେହ ରଖିବାକୁ ସ୍ଥାନାଭାବ

ଋାୟପୁର: କରୋନା କବଳରେ ସମୁଦାୟ ଛତିଶଗଡ। ମହାରାଷ୍ଟ୍ର ପରେ ଛତିଶଗଡରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ହସପିଟାଲଗୁଡିକରେ ଶଯ୍ୟାଭାବ ସହିତ ଅମ୍ଳଜାନ ସୁବିଧା ଥିବା ଆଇସିୟୁ ଶଯ୍ୟା ମଧ୍ୟ ଆଉ ଖାଲିନାହିଁ। ପ୍ରତିଦିନ ବହୁ ସଂଖ୍ୟାରେ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟୁଛି। ପରିସ୍ଥିତି ଏଭଳି ହୋଇଛି ଯେ ରାୟପୁରସ୍ଥିତ ସରକାରୀ ହସପିଟାଲରେ ଆଉ ମୃତଦେହ ରଖିବାକୁ ଜାଗା ନାହିଁ। ସେଗୁଡିକୁ ହସପିଟାଲର ଖାଲିସ୍ଥାନରେ ଗଦା କରିଦିଆଯାଉଛି। କେବେଳ ସେତିକି ନୁହେଁ, ଶ୍ମଶାନରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଥିବା ଶ୍ମଶାନରେ ଦୈନିକ ହାରାହାରି ୫୫ଟି ମୃତଦେହ ଦାହ କରାଯାଉଛି, ଯେଉଁଥିରୁ ଅଧିକାଂଶ କରୋନା ସଂକ୍ରମିତରେ ପ୍ରାଣ ହରାଇଛନ୍ତି। ଶ୍ମଶାନରେ ନିଆଁ ଲିଭୁନାହିଁ। ଏଭଳି ଏକ ପରିସ୍ଥିତି ରାୟପୁରବାସୀଙ୍କ ମନରେ ଆତଙ୍କ ଖେଳାଇ ଦେଇଛି।
ଛତିଶଗଡରେ ସୋମବାର ୧୩,୫୭୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୫୬,୮୭୩କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖା ୯୮,୮୫୬କୁ ବୃଦ୍ଧିପାଇଛି। ରାଜ୍ୟରେ ସୋମବାର ୧୩୨ଜଣ ପ୍ରାଣ ହରାଇଛନ୍ତି। ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୫,୦୩୧କୁ ବୃଦ୍ଧିପାଇଛି। କେବଳ ରାୟପୁରେ ଗୋଟିଏ ଦିନରେ ୩୪୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଏଠାରେ ଜୀବନ ରକ୍ଷାକାରୀ ଔଷଧ ରେମଡିସିଭିର, ପିପିଇ କିଟ୍‍ ଆଦିର ଘୋର ଅଭାବ ଦେଖାଦେଇଛି। ରୋଗୀଙ୍କର ଚିକିତ୍ସା କରିବାକୁ ଅକ୍ସିଜେନ, ଇଣ୍ଟେନସିଭ କେୟାର ୟୁନିଟରେ ଶଯ୍ୟାର ମଧ୍ୟ ଅଭାବ ପରିଲକ୍ଷିତ ହେଉଛି। ରାୟପୁରର ମୁଖ୍ୟ ଚିକିତ୍ସାଧିକାରୀ ମୀରା ବାଘେଲ କହିଛନ୍ତି, ଗତଥର ଲୋକଙ୍କୁ ନିଜ ଘରେ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଥିଲା ଏବଂ ସେଥିରୁ ସୁଫଳ ମଧ୍ୟ ମିଳିଥିଲା। କିନ୍ତୁ ଚଳିତଥର ଲକ୍ଷଣବିହୀନ ସଂକ୍ରମିତଙ୍କ ଅବସ୍ଥା ମଧ୍ୟ ଅତି ଖରାପ ହୋଇଯାଉଛି ଏବଂ ସେମାନେ ହୃଦଘାତରେ ପ୍ରାଣ ହରାଉଛନ୍ତି। ଇତିମଧ୍ୟରେ ରାଜ୍ୟରେ ଉତ୍ପାଦିତ ହେଉଥିବା ସମସ୍ତ ଅକ୍ସିଜେନ କେବଳ ହସପିଟାଲକୁ ଯୋଗାଣ କରିବାକୁ ଉତ୍ପାଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories