www.samajalive.in
Friday, December 5, 2025
17.1 C
Bhubaneswar

ଲୋଡିଂ ସମୟରେ ଯାତ୍ରୀଙ୍କ ଲଗେଜ୍ ସହ କିଛି ଏପରି କରନ୍ତି ଏୟାର ଇଣ୍ଡିଆ କର୍ମଚାରୀ, ଭିଡିଓ ଦେଖି ଚମକି ପଡ଼ିବେ

ସମାଜ ଡିଜିଟାଲ ଡେସ୍କ: ଏୟାର ଇଣ୍ଡିଆରେ ଯାତ୍ରୀଙ୍କ ଜିନିଷପତ୍ର ସହ ଏହାର କର୍ମଚାରୀଙ୍କ ଆଚରଣକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କର୍ମଚାରୀମାନେ ଯାତ୍ରୀଙ୍କ ଜିନିଷପତ୍ରକୁ ଅବ୍ୟବସ୍ଥିତ ଢଙ୍ଗରେ ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ, ଏୟାର ଇଣ୍ଡିଆର କର୍ମଚାରୀମାନେ ଯାତ୍ରୀଙ୍କ ଲଗେଜ୍ ସହିତ କିପରି ଅସଦାଚରଣ କରୁଛନ୍ତି। ଏହି ଭିଡିଓ ଦେଖିବା ପରେ ଯାତ୍ରୀଙ୍କ ଲଗେଜ୍ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି।

ତିହାର ଜେଲ ପ୍ରଶାସନ ମିଛ କହୁଛି, ମୁଁ ପ୍ରତିଦିନ ଇନସୁଲିନ ମାଗୁଛି: କେଜ୍ରିୱାଲ


ବିମାନରେ ବସିଥିବା ଜଣେ ବ୍ୟକ୍ତି ଏହି ଘଟଣାକୁ ରେକର୍ଡିଂ କରୁଥିବା ଭିଡିଓରେ ନଜର ଆସିଛି। ବିମାନରେ ଲଗେଜ୍ ଲୋଡ୍ କରୁଥିବା ଏୟାର ଇଣ୍ଡିଆର କର୍ମଚାରୀମାନେ ସେହି ବ୍ୟକ୍ତିଙ୍କ ବାଦ୍ୟଯନ୍ତ୍ରକୁ ଫିଙ୍ଗି ଦେଉଛନ୍ତି। ଭିଡିରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି, କିପରି ସେମାନେ ଅନ୍ୟ ଲଗେଜଗୁଡ଼ିକୁ ବେପରୁଆ ଢଙ୍ଗରେ ରଖୁଛନ୍ତି। ଏହି ଭିଡିଓକୁ ଈଶ୍ଵର ଦ୍ଵିବେଦୀ ନାମକ ବ୍ୟକ୍ତି ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ‘ଏୟାର ଇଣ୍ଡିଆ, ରତନ ଟାଟା, ଆପଣ ସୂକ୍ଷ୍ମ ଜିନିଷଗୁଡ଼ିକୁ ଏଭଳି ସମ୍ଭାଳୁଛନ୍ତି?’

- Advertisement -


ଏହି ପୋଷ୍ଟକୁ ଦୁଇ ଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ପୋଷ୍ଟ ହେବା ପରଠାରୁ ଏହାକୁ ପ୍ରାୟ ୧୦ ମିଲିୟନରୁ ଅଧିକ ଭ୍ୟୁଜ୍ ମିଳି ସାରିଲାଣି। ଏଥିସହ ଅନେକ ଲାଇକ୍‌ ଓ କମେଣ୍ଟ ମଧ୍ୟ ରହିଛି। ଜଣେ ବ୍ୟକ୍ତି ଲେଖିଛନ୍ତି, ‘‘@airindia ଆଗକୁ କେବେବି ମୁଁ  ଆପଣଙ୍କ ବିମାନରେ ଯିବି ନାହିଁ।!’’ ଆଉ ଜଣେ ଲେଖିଛନ୍ତି, ‘‘ଏୟାର ଇଣ୍ଡିଆ, ଦୟାକରି ଏହି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।’’

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories