www.samajalive.in
Sunday, December 7, 2025
14.1 C
Bhubaneswar

ଗୌରୀ ଲଙ୍କେଶ ହତ୍ୟା ସ୍ୱୀକାର ପାଇଁ ପୁଲିସ ଯାଚିଥିଲା ୨୫ ଲକ୍ଷ!

ବେଙ୍ଗାଲୁରୁ: ସାମ୍ବାଦିକ ତଥା ସମାଜସେବୀ ଗୌରୀ ଲଙ୍କେଶଙ୍କୁ ହତ୍ୟା କରିଛି ବୋଲି ସ୍ୱୀକାର କରିବା ପାଇଁ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ପୁଲିସ ବାଧ୍ୟ କରିଥିଲା। ଏପରିକି ଜଣେ ଅଭିଯୁକ୍ତକୁ ଦୋଷ ସ୍ୱୀକାର କରିବା ପାଇଁ ପୁଲିସ ୨୫ ଲକ୍ଷ ଟଙ୍କାର ଲାଞ୍ଚ ଯାଚିଥିଲା। ଗୌରୀ ଲଙ୍କେଶ ହତ୍ୟା ମାମଲାର ଜଣେ ଅଭିଯୁକ୍ତ ପର୍ଶୁରାମ ୱାଘମେର ଏଭଳି ଅଭିଯୋଗ ଆଣିଛନ୍ତି।
ପର୍ଶୁରାମଙ୍କ କହିବା ଅନୁଯାୟୀ ମାମଲାର ଯାଞ୍ଚ କରୁଥିବା ସ୍ପେଶାଲ୍‍ ଇନ୍‍ଭେଷ୍ଟିଗେସନ୍‍ ଟିମ୍‍ ତାଙ୍କୁ ସନ୍ଦେହରେ ଗିରଫ କରିବା ପରେ ଦୋଷ ସ୍ୱୀକାର କରିବା ପାଇଁ ଲାଞ୍ଚ ଯାଚିଥିଲା। ସେହିପରି ଘଟଣାର ଆଉ ଜଣେ ଅଭିଯୁକ୍ତ ମନୋହର ଇଡାଭେ ମଧ୍ୟ ଏସ୍‍ଆଇଟି ବିରୋଧରେ ଅଭିଯୋଗ ଆଣିଛନ୍ତି। ଦୋଷ ସ୍ୱୀକାର କରିବା ଲାଗି ଏସ୍‍ଆଇଟି ତାଙ୍କ ପରିବାର ସଦସ୍ୟଙ୍କୁ ଧମକାଉଥିବା ମନୋହର କହିଛନ୍ତି। ଏଭଳି ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ଦେବାକୁ ଏସ୍‍ଆଇଟିର ଜନୈକ ଅଧିକାରୀ ମନା କରିଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ ତାରିଖରେ ବେଙ୍ଗାଲୁରୁର ରାଜରାଜେଶ୍ୱରୀ ନଗର ସ୍ଥିତ ବାସଭବନ ଆଗରେ ଗୌରୀ ଲଙ୍କେଶଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଗତ ମାସରେ ମହାରାଷ୍ଟ୍ର ପୁଲିସର ଆତଙ୍କନିରୋଧୀ ସ୍କ୍ୱାଡ୍‍ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିଲା। ଜେରା ବେଳେ ସୁଧାନୱା ଗୋନ୍ଧାଲେକର ନାମକ ଜଣେ ଅଭିଯୁକ୍ତ ଗୌରୀ ଓ ନରେନ୍ଦ୍ର ଡାଭୋଲକର ଓ ଏମ ଏମ କାଲବୁର୍ଗୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଗିରଫ ଅଭିଯୁକ୍ତମାନଙ୍କ ଜେରା ଆଧାରରେ ପୁଲିସ ଏହି ମାମଲାରେ ଆଉ ୯ ଜଣଙ୍କୁ ଗିରଫ କରିଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories