ଖୋଲିଲା ଧାନକ୍ରୟ କେନ୍ଦ୍ର, ଚାଷୀଙ୍କୁ ଦିଆଯାଇନି ଟୋକନ
ରେଙ୍ଗାଲି:ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ୨୨ ତାରିଖ ମଙ୍ଗଳବାର ଦିନ ଠାରୁ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବ ବିଡମ୍ବନାର ବିଷୟ ଯେ ଜିଲ୍ଲାର ରେଙ୍ଗାଲି ବ୍ଳକର ୧୬ଟି ପଞ୍ଚାୟତର କୌଣସି ଚାଷୀଙ୍କୁ ନଭେମ୍ବର ମାସରେ ଧାନ ବିକ୍ରି କରିବାକୁ ଟୋକନ୍ ଦିଆଯାଇନାହିଁ। ଚାଷୀଙ୍କୁ ଟୋକନ୍ ନଦେଇ ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି। ନଭେମ୍ବର ମାସରେ ଧାନ ବିକ୍ରି ପାଇଁ ଜଣେ ହେଲେ ଚାଷୀଙ୍କୁ ଟୋକନ୍ ମିଳି ନଥିବାରୁ ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ଧାନ କିଣା ଆରମ୍ଭ କରିବାକୁ ଦାବି ହେଉଛି। ଟୋକନ୍ ପ୍ରଦାନରେ ଖାମ ଖିଆଲି ନୀତି ଯୋଗୁ ଚାଷୀମାନଙ୍କୁ ଅଭାବି ବିକ୍ରି ଜାଲରେ ଛନ୍ଦି ହେବାକୁ ବାଧ୍ୟ କରୁଛି।
ସରକାର ପ୍ରଣୟନ କରିଥିବା ଧାନ ସଂଗ୍ରହ ନୀତି ଅନୁଯାୟୀ ଧାନ ବିକ୍ରି କରିବାକୁ ଆବେଦନ କରିଥିବା ଚାଷୀଙ୍କୁ ଟୋକନ୍ ନମ୍ବର ଦିଆଯାଇଥାଏ। ଉକ୍ତ ଟୋକନ ନମ୍ବରକୁ ଦେଖାଇ ପଞ୍ଜୀକୃତ କଲାପରେ ଧାନ କ୍ରୟ କେନ୍ଦ୍ରରେ ଚାଷୀ ଧାନ ବିକ୍ରି କରିଥାଏ। ବିନା ଟୋକନରେ ଧାନ ବିକ୍ରି ବେଆଇନ୍ ଅଟେ। ଧାନ ସଂଗ୍ରହ ପାଇଁ ସରକାର ଏହି ନୀତି ନିର୍ଦ୍ଧାରଣ କରିଛନ୍ତି।
Comments are closed.