ଖାରଜ ହେଲା ମହାଅଭିଯୋଗ; ଅଭିଯୋଗର ଯୋଗ୍ୟତା ନିର୍ଦ୍ଧାରଣ କରିବାର କ୍ଷମତା ସଭାପତିଙ୍କ ନୁୂହେଁ:କଂଗ୍ରେସ

0

ନୂଆଦିଲ୍ଲୀ: ମହାଅଭିଯୋଗ ପ୍ରସ୍ତାବ ସଭାପତି ବେଙ୍କୟା ନାଇଡ଼ୁଙ୍କ ଦ୍ୱାରା ଖାରଜ ହେବା ପ୍ରକ୍ରିୟାକୁ ସହଜରେ ଗ୍ରହଣ କରି ପାରୁ ନାହିଁ କଂଗ୍ରେସ। ସିଜେଆଇ(ପ୍ରଧାନ ବିଚାରପତି)ଙ୍କ ବିରୋଧରେ ଆଣିଥିବା ମହାଅଭିଯୋଗ ଅଯୋଗ୍ୟ ବୋଲି ସଭାପତି ଖାଜର କରିଦେବା ପରେ ଏହାକୁ ନେଇ ଟ୍ୱିଟରରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଅବଶ୍ୟ ଉପରୋକ୍ତ ପ୍ରସଙ୍ଗରେ କୌଣସି ମତ ଗଣମାଧ୍ୟମରେ ପ୍ରକାଶ କରିବାକୁ କଂଗ୍ରେସ ପକ୍ଷରୁ ମନା କରାଯାଇଛି। ହେଲେ ଇତିମଧ୍ୟରେ ରଣଦ୍ୱୀପ ସୁରଜବାଲା ଟ୍ୱିଟରରେ ସିଧାସଳଖ ଉପରାଷ୍ଟ୍ରପତିଙ୍କ ଅଧିକାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୁରଜବାଲା ଲେଖିଛନ୍ତି ଆବଶ୍ୟକ ଥିବା ୫୦ ସାଂସଦଙ୍କ ଦସ୍ତଖତ ସଂଗ୍ରହ କରିବା ପରେ ଅଭିଯୋଗର ଯୋଗ୍ୟତା ବିଚାର କରିବାର ଅଧିକାର ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତିଙ୍କ ନାହିଁ। ତେଣୁ ଏଭଳି ଘଟଣା ଗଣତନ୍ତ୍ରର କଣ୍ଠରୋଧ ବୋଲି ସେ ଯୁକ୍ତି ଉପସ୍ଥାପନ କରିଛନ୍ତି।

Leave A Reply