କୋର୍ଟ ଯିବେ ରତନ ଟାଟା

0

ମୁମ୍ବଇ: ପଞ୍ଜିକରଣ ବାତିଲ କରିବା ପାଇଁ ଆୟକର ବିଭାଗ(ଆଇଟି) ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍‍ ବିରୋଧରେ ରତନ ଟାଟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିୟମ ଅନୁଯାୟୀ ଟ୍ରଷ୍ଟ ପାଣ୍ଠି ସମ୍ପର୍କିତ ନୀତି ନିୟମର ଉଲ୍ଲଂଘନ କରୁଥିବା ଦର୍ଶାଇ ନବାଜବାଇ ଟାଟା ଟ୍ରଷ୍ଟର ପଞ୍ଜିକରଣ କାହିଁକି ରଦ୍ଦ କରାଯିବ ନାହିଁ ସେ ସମ୍ପର୍କରେ ଆଇଟି ଗତ ମାର୍ଚ୍ଚ ୮ ତାରିଖରେ କାରଣ ଦର୍ଶାଅ ନୋଟିସ୍‍ ଜାରି କରିଛି। ଆଇଟି ନିୟମ ଅନୁଯାୟୀ ଅଭିଯୋଗ ଆଧାରରେ ପଞ୍ଜିକରଣ ବାତିଲ ହେଲେ ଟ୍ରଷ୍ଟର ଆୟକର ରିହାତି ସୁବିଧା ବନ୍ଦ ହୋଇପାରେ। ୨୦୧୫ରେ ଟ୍ରଷ୍ଟର ପଞ୍ଜିକରଣ ଫେରାଇ ଦିଆଯାଇଥିବା ରତନ ଟାଟା ଉଲ୍ଳେଖ ରହିଛି। ଏପ୍ରିଲ୍‍ ୨୬ ତାରିଖରେ ଏହି ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି।

Leave A Reply