BSKY banner  750×100

କେନ୍ଦ୍ର ସରକାରଙ୍କୁ ‘ଫାସିବାଦୀ’ କହି ଛାତ୍ରୀ ଗିରଫ

nua o banner
0

ଟୁଟିକୋରିନ୍‍: କେନ୍ଦ୍ର ସରକାରଙ୍କୁ ‘ଫାସିବାଦୀ’ ବୋଲି ସମାଲୋଚନା କରି ଜଣେ ଛାତ୍ରୀ ଗିରଫ ହୋଇଛନ୍ତି। ପରେ ଅବଶ୍ୟ ତାଙ୍କୁ ଜାମିନରେ ଖଲାସ କରାଯାଇଛି। ସୂଚନାନୁଯାୟୀ, କାନାଡ଼ାରେ ଗବେଷଣା କରୁଥିବା ବିଶିଷ୍ଟ ଯୁବ ଲେଖିକା ତଥା ଗଣିତଜ୍ଞ ଲୋଇସ୍‍ ସୋଫିଆ ଓ ତାମିଲନାଡ଼ୁ ବିଜେପି ମୁଖ୍ୟ ତାମିଲିସାଇ ସୁନ୍ଦରରାଜନ୍‍ ବିମାନରେ ଟୁଟିକୋରନ୍‍ ଆସୁଥିବା ସମୟରେ ବିମାନ ଭିତରେ ଲୋଇସ୍‍ ‘ଫାସିବାଦୀ ମୋଦୀ ସରକାର ଡାଉନ୍‍ ଡାଉନ୍‍’ ବୋଲି ସ୍ଲୋଗାନ୍‍ ଦେଇଥିଲେ। ସୁନ୍ଦରରାଜନ୍‍ ଏଥିପାଇଁ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। ଲୋଇସ୍‍ କ୍ଷମା ନ ମାଗିବାରୁ ବିମାନ ଟୁଟିକୋରିନ୍‍ରେ ଅବତରଣ କରିବା ପରେ ସୁନ୍ଦରରାଜନ୍‍ ପୁଲିସ ନିକଟରେ ଏ ନେଇ ଅଭିଯୋଗ କରିବାରେ ପୁଲିସ ଲୋଇସ୍‍ଙ୍କୁ ଗିରଫ କରିଥିଲା। ସୋମବାର ଏହି ଘଟଣା ଘଟିଥିଲାବେଳେ ମଙ୍ଗଳବାର ଲୋଇସ୍‍ ଜାମିନ୍‍ରେ ମୁକୁଳିଛନ୍ତି। ସୁନ୍ଦରରାଜନ୍‍ କହିଛନ୍ତି ଯେ ଲୋଇସ୍‍ ଜଣେ ସାଧାରଣ ନାଗରିକ ନୁହନ୍ତି; ତାଙ୍କ ସ୍ଲୋଗାନ୍‍ ପଛରେ ନିଶ୍ଚିତ କୌଣସି ଆତଙ୍କବାଦୀ ବା ବିଚ୍ଛିନ୍ନତାବାଦୀ ସଂଗଠନର ପ୍ରୋତ୍ସାହନ ରହିଛି। ଏହାର ଜବାବରେ ଲୋଇସ୍‍ କହିଛନ୍ତି ଯେ ସେ ଜଣେ ସଚେତନ ନାଗରିକ ଏବଂ ତାଙ୍କର ସ୍ୱାଧୀନ ଭାବେ ମତପ୍ରକାଶ କରିବାର ଅଧିକାର ରହିଛି। ଏହି ଘଟଣା ନେଇ ଲୋଇସ୍‍ଙ୍କ ବାପା ଏ ଏ ସାମୀ ସୁନ୍ଦରରାଜନ୍‍ଙ୍କ ବିରୋଧରେ ଏତଲା ଦେଇଛନ୍ତି। ସୂଚନାନୁଯାୟୀ, ଲୋଇସ୍‍ ତାମିଲନାଡ଼ୁର ଜଣେ ଆଗଧାଡ଼ିର ସାମାଜିକ କର୍ମୀ। ଟୁଟିକୋରିନ୍‍ ଷ୍ଟେରଲାଇଟ୍‍ ତମ୍ବା କାରଖାନା ବିରୋଧୀ ଆନ୍ଦୋଳନରେ ତାଙ୍କର ଭୂମିକା ରହିଥିଲା।

Leave A Reply