ଖଡିଆଳ : ନୂଆପଡା ଜିଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୨ ନଂ ୱାର୍ଡରେ ଭଡାରେ ରହୁଥିବା ଜଣେ ଯୁବକଙ୍କ ମୃତ ଦେହ ଖଡିଆଳ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଖଡିଆଳ ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର କାର୍ଯ୍ୟରତ କନିଷ୍ଠ କିରାଣୀ ଅଭିଲାଷ କୁମାର ଜଗତ(୨୬) ବୋଲି ଜଣାପଡିଛି।
ଶ୍ରୀ ଜଗତ ଗୁରୁବାର ଖଡିଆଳ ସ୍ଥିତ ନିଜ ଭଡା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। କୋର୍ଟରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଅଭିଲାଷ ଆତ୍ମହତ୍ୟା କରିଥିବା ତାଙ୍କ ବାପା ହରିହର ଜଗତ ଅଭିଯୋଗ କରିଛନ୍ତି। ମୃତ ଅଭିଲାଷଙ୍କ ଘର ନୂଆପଡା ଜିଲାର ବୋଡେନ ଗ୍ରାମର ବୋଲି ଜଣାପଡିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଓ ଘଟଣାର ତଦନ୍ତ ଚାଲିଛି ବୋଲି ଖଡିଆଳ ଥାନାଧିକାରୀ କୈଲାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
କାର୍ଯ୍ୟଚାପ ଯୋଗୁଁ କୋର୍ଟ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ
Popular Categories



