www.samajalive.in
Monday, December 15, 2025
27.1 C
Bhubaneswar

ଓଡ଼ିଶୀ ବେଶରେ ବାଇକ୍‍ ରାଲି

ଭୁବନେଶ୍ୱର: କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଓଡ଼ିଶା ବାଇକର୍ଣ୍ଣି ଗ୍ରୁପ୍‍ ପକ୍ଷରୁ ଶନିବାର ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ଗ୍ରୁପ୍‍ର ସଦସ୍ୟମାନେ ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ସଜ୍ଜିତ ହୋଇ ମୋଟର ସାଇକେଲ୍‍ରେ ସହର ପରିକ୍ରମା କରିଥିଲେ। ୫ ଜଣ ମହିଳା ମୋଟର ସାଇକେଲ୍‍ରେ ଶିଖରଚଣ୍ଡିଠାରୁ ବାହାରି କଳିଙ୍ଗ ହସ୍ପିଟାଲ୍‍, ଜୟଦେବ ବିହାର, ସହିଦ ନଗର, ମାଷ୍ଟର କ୍ୟାଣ୍ଟିନ୍‍, ସଚିବାଳୟ ମାର୍ଗ, ଗଭର୍ଣ୍ଣର ହାଉସ ଛକ ଦେଇ ଜୟଦେବ ବିହାରରେ ପହଞ୍ଚିଥିଲେ। ପ୍ରଥା ଓ ରୁଢ଼ବାଦୀ ପରମ୍ପରା ନାମରେ କନ୍ୟା ସନ୍ତାନଙ୍କ ପ୍ରଗତି ଦିଗରେ ସୃଷ୍ଟ ବାଧା ବନ୍ଧନ ହଟାଇବାର ବାର୍ତ୍ତା ନେଇ ବାହାରିଥିବା ଏହି ବାଇକ୍‍ ରାଲିରେ ଉତ୍ତରପ୍ରଦେଶ ଓ ଜମ୍ମୁ-କଶ୍ମୀର ନାବାଳିକା ବଳାତ୍କାର ଘଟଣାର ପ୍ରତିବାଦରେ ବ୍ୟାନର ଦେଖିବାକୁ ମିଳିଥିଲା।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories