www.samajalive.in
Monday, December 15, 2025
14.1 C
Bhubaneswar

ଏଣିକି ଟ୍ରେନ ବିଳମ୍ବ ହେଲେ ପ୍ରଭାବିତ ହେବ ପଦୋନ୍ନତି

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପୁୟୁସ ଗୋୟେଲଙ୍କ ନୂଆ ନିର୍ଦେଶ ରେଳବାଇ କର୍ମଚାରୀଙ୍କୁ ବେଶ୍‍ ଅଡ଼ୁଆରେ ପକାଇଛି। କାରଣ ରେଳବାଇର ନୂଆ ନିୟମ ଅନୁଯାୟୀ ଏଣିକି ଟ୍ରେନ ବିଳମ୍ବ ହେଲେ ପ୍ରଭାବିତ ହେବ ରେଳ କର୍ମଚାରୀଙ୍କ ପଦୋନ୍ନତି। ଏ ନିମନ୍ତେ ରେଳବାଇର ସମସ୍ତ ଜୋନକୁ ଅବଗତ କରାଯିବା ସହ ରେଳ କର୍ମଚାରୀଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା ବୈଷୟିକ ବ୍ୟବସ୍ଥାକୁ ସୁଧାରିବା ଏକ ମାସ ସମୟ ଦିଆଯାଇଛି।
୨୦୧୭-୧୮ରେ ରେଳବାଇ ପକ୍ଷରୁ କରାଯାଇ ଥିବା ଏକ ସର୍ଭେକ୍ଷଣରେ ୩୦ ପ୍ରତିଶତ ଟ୍ରେନ ବିଳମ୍ବର କାରଣ ଖରାପ ହୋଇ ଯାଇଥିବା ଟ୍ରେନ ଲାଇନ ପାଇଁ ହୋଇଥାଏ ବୋଲି ଜଣାପଡ଼ି ଥିଲା। ଏହି ଖରାପ ରେଳ ଲାଇନକୁ ସଜାଡ଼ିବା ପାଇଁ ରେଳବାଇ କର୍ମଚାରୀଙ୍କୁ ଚୂଡ଼ାନ୍ତ ସୁଯୋଗ ଦିଆଯାଇଛି। ଖରା ଛୁଟି ଶେଷ ସୁଦ୍ଧା ସମସ୍ତ ବ୍ୟବସ୍ଥାକୁ ସୁଧାରିବା ସହ ରେଳ କର୍ମଚାରୀ କାର୍ଯ୍ୟାଳୟରେ ସମୟାନୁବର୍ତ୍ତିତା ଅବଲମ୍ବନ କରିବାକୁ ରେଳବାଇ ପକ୍ଷରୁ ଚେତାବନୀ ଦିଆଯାଇଛି। ରେଳ ମନ୍ତ୍ରୀ ନିଜେ ସମସ୍ତ ଜୋନରେ ଫୋନ କରି ତାଙ୍କର ନୂଆ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ପ୍ରତି ମାସ ଏହାର ରିପୋର୍ଟ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରେଳବାଇ ପକ୍ଷରୁ ରେଳ ଲାଇନ ମରାମତି ଓ ନିର୍ମାଣ କ୍ଷେତ୍ରରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିଲେ ମଧ୍ୟ ରେଳବାଇ କର୍ମଚାରୀଙ୍କ ଉଦାସୀନତା ହେତୁ ଏହାର ରକ୍ଷଣାବେକ୍ଷଣ ଦିଗରେ ରେଳବାଇ ଅବହେଳାର ଶିକାର ହେଉଛି। ଏସବୁ କ୍ଷେତ୍ରରେ ରେଳ କର୍ମଚାରୀଙ୍କ ପଦୋନ୍ନତି ଟ୍ରେନ ବିଳମ୍ବ ହେଲେ ପ୍ରଭାବିତ ହେବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories