www.samajalive.in
Sunday, December 14, 2025
19.1 C
Bhubaneswar

ଭାରତ ବିଜୟୀ ; ମାଲେସିଆ ୧୪୨ ରନ୍‍ରେ ପରାସ୍ତ

କ୍ୱାଲାଲମ୍ପୁର : ଟ୍ୱେଣ୍ଟି-୨୦ ଏସିଆ କପ୍‍ ମହିଳା କ୍ରିକେଟ ପ୍ରତିଯୋଗିତାରେ ରବିବାର  ଅନୁଷ୍ଠିତ  ପ୍ରଥମ ମ୍ୟାଚ୍‍ରେ ଭାରତ ମାଲେସିଆକୁ ୧୪୨ ରନ୍‍ରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରି ଭାରତ ୩ ୱିକେଟ୍‍ ବିନିମୟରେ ୧୬୯ ରନ୍‍ କରିଥିଲା। ଭାରତ ପକ୍ଷରୁ ଓପନର ମିତାଲି ରାଜ୍‍ ୬୯ ବଲ୍‍ରୁ ଅପରାଜିତ ୯୭ ରନ୍‍ କରିଥିଲେ। ଭାରତୀୟ ଦଳର ଅଧିନାୟିକା ହର୍‍ମନ୍‍ପ୍ରୀତ୍‍ କୌର୍‍ ୩୨ ରନ୍‍ କରିଥିଲେ। ଜବାବ୍‍ରେ ମାଲେସିଆ ଦଳ ୧୩ ଓଭର୍‍ ୪ଟି ବଲ୍‍ରେ ମାତ୍ର ୨୭ ରନ୍‍ ସଂଗ୍ରହ କରି ଅଲ୍‍ ଆଉଟ୍‍ ହୋଇଯାଇଥିଲା। ଭାରତ ପକ୍ଷରୁ ପୂଜା ବସ୍ତ୍ରକାର ସର୍ବାଧିକ ୩ଟି ୱିକେଟ୍‍ ନେଇଥିଲେ। ମିତାଲି ରାଜ୍ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ୬ଥର ଚାମ୍ପିୟନ୍‍ ହୋଇଥିବା ଭାରତ ସୋମବାର ଥାଇଲ୍ୟାଣ୍ଡ  ଏବଂ ବୁଧବାର ଦିନ ବାଂଲାଦେଶ ସହ ମୁକାବିଲା କରିବ। ପାକିସ୍ତାନ ସହିତ ଭାରତର ଶନିବାର ଦିନ  ମୁକାବିଲା  କରିବ । ରାଉଣ୍ଡ ରବିନ୍‍ ପର୍ଯ୍ୟାୟରେ ଶୀର୍ଷରେ ଥିବା ଦୁଇଟି ଦଳ ମଧ୍ୟରେ ରବିବାର ଫାଇନାଲ୍‍ ମ୍ୟାଚ୍‍ ଖେଳାଯିବ

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories