www.samajalive.in
Tuesday, December 9, 2025
15.1 C
Bhubaneswar

ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ଆରମ୍ଭ କରିଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ‘ସ୍ୱଚ୍ଛ ଭାରତ ଅଭିଯାନ’ର ଚତୁର୍ଥ ବର୍ଷ ପୂର୍ତ୍ତି ଓ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀକୁ ସ୍ମରଣୀୟ କରିବା ଲାଗି ଆରମ୍ଭ ହୋଇଥିବା ଏହି ଅଭିଯାନରେ ମେଗା ଷ୍ଟାର ଅମିତାଭ ବଚ୍ଚନ, ବିଶିଷ୍ଟ ଶିଳ୍ପପତି ରତନ ଟାଟା ପ୍ରମୁଖ ସାମିଲ୍‍ ହୋଇଛନ୍ତି।
ଏହି ଅବସରରେ ଭିଡିଓ କନ୍‍ଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଯେ ବିଗତ ୪ ବର୍ଷ ଭିତରେ ୯ ଲକ୍ଷ ପାଇଖାନା ନିର୍ମାଣ ହୋଇପାରିଛି। ୪.୫ ଲକ୍ଷ ଗ୍ରାମ ଖୋଲା ମଳମୁକ୍ତ ଗ୍ରାମ ଘୋଷିତ ହୋଇପାରିଛି। ବାପୁଜୀଙ୍କ ସ୍ୱପ୍ନ ସାକାର କରିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି।
ଅମିତାଭ ବଚ୍ଚନ ସ୍ୱଚ୍ଛ ଭାରତ ଅଭିଯାନରେ ତାଙ୍କର ଅଭିଜ୍ଞତା ସମ୍ପର୍କରେ କହିଥିଲେ। ସେହିପରି ରତନ ଟାଟା କହିଲେ ଯେ କୌଣସି ଦେଶର କ୍ଷମତାର ମୂଳଦୂଆ ହେଉଛି ସେହି ଦେଶର ଜନସାଧାରଣଙ୍କ ସ୍ୱାସ୍ଥ୍ୟବସ୍ଥା। ତେଣୁ ଦେଶକୁ ସୁଦୃଢ଼ କରିବାକୁ ହେଲେ ସ୍ୱଚ୍ଛତା ମାଧ୍ୟମରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବାକୁ ପଡ଼ିବ। ସ୍ୱଚ୍ଛ ଭାରତ ଅଭିଯାନରେ ଟାଟା ଟ୍ରଷ୍ଟର ଅବଦାନ ଓ ଭୂମିକା ସମ୍ପର୍କରେ ରତନ ସୂଚନା ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories