www.samajalive.in
Monday, December 15, 2025
17.1 C
Bhubaneswar

ଆରଏସଏସ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ; କଂଗ୍ରେସ ମହଲରେ ଚିନ୍ତା

ନୂଆଦିଲ୍ଲୀ: ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଗାମୀ ସପ୍ତାହରେ ନାଗପୁରରେ ଅନୁଷ୍ଠିତ ଆରଏସଏସର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏହି ଖବରକୁ ନେଇ କଂଗ୍ରେସ ମହଲରେ ଚିନ୍ତା ବଢିଯାଇଛି। ପ୍ରାକ୍ତନ ରାଷ୍ଟ୍ରପତି ୟୁପିଏ ଅମଳରେ ଆରଏସଏସ ସହ ଆତଙ୍କବାଦୀ ସଂଗଠନର ସମ୍ପର୍କକୁ ନେଇ ଯାଞ୍ଚ କରିବାକୁ ଦାବି କରିଥିଲେ। ଏହି ଯାଞ୍ଚ କେବଳ ପ୍ରଣବ ମୁଖାର୍ଜୀଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ଅଧିକାରୀଗଣ ଦାବି କରିଥିଲେ। ଏବେ ପୁଣି ପ୍ରଣବ ମୁଖାର୍ଜୀ କିପରି ଆରଏସଏସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କଲେ। ଏହାକୁ ନେଇ କଂଗ୍ରେସ ବରିଷ୍ଠ ଅଧିକାରୀ ଚିନ୍ତାରେ ପଡ଼ି ଯାଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅନୁପସ୍ଥିତି ପାଇଁ ଏହି ପ୍ରସଙ୍ଗରେ କଂଗ୍ରେସ କୌଣସି ନିଷ୍ପତ୍ତି ନେଇ ପାରୁ ନାହିଁ।
୭ଜୁନ୍‍ରେ ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ମୁଖ୍ୟାଳୟକୁ ଯିବାକୁ ସହମତି ପ୍ରକାଶ କରିଛନ୍ତି। ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ନାଗପୁରରେ ପ୍ରବଣ ମୁଖାର୍ଜୀ ୨ଦିନ ରହିବେ। ଆରଏସଏସ ଦ୍ୱାରା ଆୟୋଜିତ ସଂଘ ଶିକ୍ଷା ବର୍ଗ କାର୍ଯ୍ୟକ୍ରମର ଉଦଘାଟନ ଓ ସମାପନ ଉତ୍ସବରେ ପ୍ରବଣ ମୁଖାର୍ଜୀ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ୭୦୦ରୁ ଊଦ୍ଧ୍ୱର୍ ଆରଏସଏସ କର୍ମକର୍ତ୍ତା ଉପସ୍ଥିତ ରହିବେ। ପ୍ରଣବ ମୁଖାର୍ଜୀ ଜଣେ ବରିଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ ଓ ସେ ଭାରତର ପୂର୍ବ ରାଷ୍ଟ୍ରପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି, ଏଭଳି କ୍ଷେତ୍ରରେ ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେଲେ ତାଙ୍କ ମାନସିକତାରେ ପରିବର୍ତ୍ତନ ଆସିବ ଏଭଳି ଆଶା କରିବା ଉଚିତ ନୁହେଁ ବୋଲି ପୂର୍ବ କେନ୍ଦ୍ର ମନ୍ତ୍ରୀ ସୁଶିଲ କୁମାର ସିନ୍ଦେ ମତବ୍ୟକ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories