www.samajalive.in
Monday, December 15, 2025
15.1 C
Bhubaneswar

ସିବିଏସ୍‍ଇ ଦଶମ ଫଳ ପ୍ରକାଶ: ୮୬.୭% ପାସ୍‌: ସ୍ଥିତିପ୍ରଜ୍ଞା ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୮୬.୭% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତବର୍ଷ ଏହି ପରୀକ୍ଷାରେ ଅନନ୍ୟ କୃତି ପରିଲକ୍ଷିତ ହୋଇଛି। ୩ ରାଜ୍ୟର ୪ ଜଣ ଛାତ୍ରଛାତ୍ରୀ ମୋଟ ୫୦୦ରୁ ୪୯୯ ଅଙ୍କ ରଖି ସମଗ୍ର ଦେଶରେ ଶୀର୍ଷସ୍ଥାନ ଦଖଲ କରିଛନ୍ତି। ଏହି ଟପ୍ପର୍‍ମାନେ ହେଲେ ଗୁରଗାଓଁ ଡିପିଏସ୍‍ର ପ୍ରଖର ମିତ୍ତଲ, ଉତ୍ତରପ୍ରଦେଶ ବିଜନୋର୍‍ସ୍ଥିତ ଆର୍‍.ପି. ପବ୍ଲିକ୍‍ ସ୍କୁଲ୍‍ର ରିମ୍‍ଝିମ୍‍ ଅଗ୍ରୱାଲ ଓ ଶାମଲିସ୍ଥିତ ସ୍କଟିସ୍‍ ଇଣ୍ଟରନ୍ୟାସନାଲ ସ୍କୁଲର ନନ୍ଦିନୀ ଗର୍ଗ ଏବଂ କେରଳର କୋଚିନ୍‍ସ୍ଥିତ ‘ଭାବନ୍‍ସ ବିଦ୍ୟାଳୟସ୍‍’ର ଶ୍ରୀଲକ୍ଷ୍ମୀ ଜି.।
ଦେଶବ୍ୟାପୀ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନଙ୍କ ପ୍ରଦର୍ଶନ ଉନ୍ନତ ରହିଛି। ଛାତ୍ରଙ୍କ ପାସ୍‍ହାର ୮୫.୩୨% ଥିବାବେଳେ ଛାତ୍ରୀ ପାସ୍‍ହାର ୮୮.୬୭% ରହିଛି। ୨୭,୪୭୬ ଜଣ ଛାତ୍ରଛାତ୍ରୀ ୯୫%ରୁ ଊର୍ଦ୍ଧ୍ବ ଏବଂ ୧,୩୧,୪୯୩ ଜଣ ୯୦% ଊର୍ଦ୍ଧ୍ବ ଅଙ୍କ ଲାଭ କରିଥିବା କେନ୍ଦ୍ର ଶିକ୍ଷ​‌ା ସଚିବ ଅନୀଲ ସ୍ୱରୂପ ପ୍ରକାଶ କରିଛନ୍ତି। ପାସ୍‍ହାର ଦୃଷ୍ଟିକୋଣରୁ ତ୍ରିଭେନ୍ଦ୍ରମ୍‍(୯୯.୬୦%), ଚେନ୍ନଇ (୯୭.୩୭%) ଏବଂ ଆଜମେର୍‍ (୯୧.୮୬%) ପ୍ରଥମ ତିନୋଟି ସ୍ଥାନରେ ଥିବା ବେଳେ ୭୮.୬୨% ପାସ୍‍ହାର ସହିତ ଦିଲ୍ଲୀ ଚତୁର୍ଥ ସ୍ଥାନ ଦଖଲ କରିଛି।
ଦେଶରେ ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୧,୪୯୩ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଥିବାବେଳେ ୨୭,୪୭୬ ଜଣ ୯୫ ପ୍ରତିଶତରୁ ଅଧିକ ଅଙ୍କ ରଖିଛନ୍ତି। ମୋଟ ୧୭,୫୬୭ଟି ବିଦ୍ୟାଳୟର ୧୬ ଲକ୍ଷ ଛାତ୍ରଛାତ୍ରୀ ୪,୪୬୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।

ଲିକ୍‍ ପ୍ରଶ୍ନପତ୍ର ପାଇଥିବା ଛାତ୍ରଙ୍କ ତାଲିକା ହସ୍ତାନ୍ତର

ନୂଆଦିଲ୍ଲୀ: ସିବିଏସ୍‍ଇ ଦଶମ ଗଣିତ ଏବଂ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦିଲ୍ଲୀ ପୁଲିସ ମଙ୍ଗଳବାର ବୋର୍ଡକୁ ଏକ ତାଲିକା ହସ୍ତାନ୍ତର କରିଛି। ଏହି ତାଲିକାରେ ଲିକ୍‍ ପ୍ରଶ୍ନପତ୍ର ସର୍ବପ୍ରଥମେ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ନାମ ରହିଛି। ବୋର୍ଡ ପକ୍ଷରୁ କ୍ରାଇମ୍‍ ବ୍ରାଞ୍ଚ ପୁଲିସକୁ ଏହି ତାଲିକା ପ୍ରଦାନ ନିମନ୍ତେ ନିବେଦନ କରାଯାଇଥିବା ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏହି ଘଟଣାରେ ୬୦ ଜଣ ଛାତ୍ରଙ୍କୁ ଜେରା କରାଯାଇଛି। ଏଥିସହ ମାମଲାର ତଦନ୍ତ ସମ୍ବନ୍ଧୀୟ ଏକ ରିପୋର୍ଟ ଗତ ସପ୍ତାହରେ ପୁଲିସ ବୋର୍ଡକୁ ହସ୍ତାନ୍ତର କରିଥିବା ମଧ୍ୟ ଜଣାପଡିଛି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁଲିସ ଦୁଇ ଜଣ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

- Advertisement -

ସ୍ଥିତିପ୍ରଜ୍ଞା ସାହୁ: ରାଜ୍ୟ ଟପ୍ପର, ଦେଶରେ ଚତୁର୍ଥ

ଓଡ଼ିଶା ସମେତ ପଶ୍ଚିମ ବଙ୍ଗ ଓ ଛତିଶଗଡ଼ ରାଜ୍ୟକୁ ନେଇ ଗଠିତ ସିବିଏସ୍‍ଇ ଆଞ୍ଚଳିକ କାର୍ୟ୍ୟାଳୟ ଭୁବନେଶ୍ୱର ରିଜିଅନ୍‍ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷାଫଳ ଅପରାହ୍ଣରେ ଘୋଷଣା କରାଯାଇଛି। ଭୁବନେଶ୍ୱର ରିଜିୟନ୍‍ରେ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍‍ ସ୍କୁଲ ଛାତ୍ରୀ ସ୍ଥିତିପ୍ରଜ୍ଞା ସାହୁ ୫୦୦ ନମ୍ବରରୁ ସର୍ବାଧିକ ୪୯୬ ନମ୍ବର ରଖି ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ସ୍ଥିତିପ୍ରଜ୍ଞା ଚତୁର୍ଥ ସ୍ଥାନରେ ରହିଥିବା ଜଣାପଡ଼ିଛି। ବିଜ୍ଞାନ ୧୦୦, ସାମାଜିକ ବିଜ୍ଞାନ ୧୦୦, ଗଣିତ ୯୯, ସଂସ୍କୃତ ୯୯ ଓ ଇଂରାଜୀରେ ୯୮ ନମ୍ବର ସହିତ ସ୍ଥିତିପ୍ରଜ୍ଞା ୯୯.୨% ନମ୍ବର ରଖି ପାସ୍‍ କରିଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟରେ ୧୦,୫୩୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୧୦,୦୮୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ପାସ୍‍ହାର ୯୫.୩୯% ରହିଛି। ଜବାହାର ନବୋଦୟ ବିଦ୍ୟାଳୟରୁ ୪୦୦୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୩୯୨୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ୍‍ହାର ୯୮% ହୋଇଛି। ସରକାରୀ ବିଦ୍ୟାଳୟରୁ ୪୧୧୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦୯୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ପାସ୍‍ହାର ୫୦.୮୮% ରହିଛି। ଇଣ୍ଡିପେଣ୍ଡେଣ୍ଟ୍‍ ସ୍କୁଲରୁ ୫୮,୩୦୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୨,୬୫୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ପାସ୍‍ହାର ୯୦.୩୦% ରହିଛି।
ଚଳିତ ବର୍ଷ ୭୭,୦୯୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮,୮୨୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଭୁବନେଶ୍ୱର ରିଜିୟନ୍‍ ପାସ୍‍ହାର ୮୯.୨୭% ହୋଇଛି। ୪୪,୯୨୮ଜଣ ଛାତ୍ର ସିବିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୩୯,୪୩୬ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ପାସ୍‍ହାର ୮୭.୭୭% ରହିଛି। ସେହିପରି ୩୨,୧୭୧ଜଣ ଛାତ୍ରୀ ସିବିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥବାବେଳେ ସେମାନଙ୍କ ମଧ୍ୟରୁ ୨୯,୩୯୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଛାତ୍ରୀଙ୍କ ପାସ୍‍ହାର ୯୧.୩୬% ରହିଛି। ୨୮,୯୧୭ଜଣ ଛାତ୍ରଛାତ୍ରୀଙ୍କୁ ୭୫%ରୁ ଅଧିକ ନମ୍ବର ମିଳିଛି। ଭୁବନେଶ୍ୱର ରିଜିୟନ୍‍ରେ ପୁଅଙ୍କ ତୁଳନାରେ ଝିଅ ଭଲ କରିଛନ୍ତି ବୋଲି ସିବିଏସ୍‍ଇ ଆଞ୍ଚଳିକ ଅଧିକାରୀ ଥୋଙ୍ଗ୍‍ଖୋଲେଟ୍‍ ମାଟେ ପ୍ରକାଶ କରିଛନ୍ତି। ସିବିଏସ୍‍ଇ ପକ୍ଷରୁ ପ୍ରଥମ ଥର ପାଇଁ ଦଶମ ଶ୍ରେଣୀରେ ବୋଡ୍‍ ପରୀକ୍ଷା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀଙ୍କୁ ଆଶାନୁରୂପକ ସଫଳତା ମିଳିଛି ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories