www.samajalive.in
Sunday, December 14, 2025
26.1 C
Bhubaneswar

କିପରି ଜାଣିବେ ସିବିଏସଇ ପର୍ସେଣ୍ଟେଜ୍

ନୂଆଦିଲ୍ଲୀ: କେନ୍ଦ୍ର ମାଧ୍ୟମିତ ଶିକ୍ଷା ବୋର୍ଡ଼(ସିବିଏସଇ)ର ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ଅପରାହ୍ନ ୪ଟାରେ ପ୍ରକାଶ ପାଇବାକୁ ଥିଲା। ତେବେ ବୋର୍ଡ଼ ପକ୍ଷରୁ ସମୟ ପୂର୍ବରୁ ଏହାକୁ ପ୍ରକାଶ କରାଯାଇଛି। ସିବିଏସଇ ବୋର୍ଡ଼ ଦଶମ ଶ୍ରେଣୀ ପରୀକ୍ଷାରେ ପାର୍ସେଣ୍ଟେଜ ପ୍ରକାଶ କରେ ନାହିଁ। ସେମାନଙ୍କ ପରୀକ୍ଷା ଫଳ ଗ୍ରେଡ଼ ମାଧ୍ୟମରେ ପ୍ରକାଶ କରାଯାଇ ଥାଏ। ଏହି ଗ୍ରେଡ଼କୁ କ୍ୟୁମୁଲିଟିଭ ଗ୍ରେଡ଼ ପଏଣ୍ଟସ ଏଭାରେଜ(ସିଜିପିଏ) କୁହାଯାଏ।୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ବିଷୟ ସମେତ ସମସ୍ତ ବିଷୟର ପରିଣାମ ଏଭଳି ଗ୍ରେଡ଼ ପଏଣ୍ଟସ ମାଧ୍ୟମରେ ପ୍ରଦାନ କରାଯାଇ ଥାଏ।

ଦଶମ ଶ୍ରେଣୀ ପରୀକ୍ଷା ପରିଣାମ ହାତକୁ ଆସିଲା ପରେ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ନିଜ ଗ୍ରେଡ଼ ପଏଣ୍ଟକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି। ଆସନ୍ତୁ ଜାଣିବା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କେମିତି ଜାଣିବେ ଆପଣଙ୍କ ସିଜିପିଏ?

- Advertisement -

-ପ୍ରଥମେ ଆପଣ ପ୍ରମୁଖ ୫ଟି ବିଷୟର ଗ୍ରେଡ଼କୁ ଯୋଗ କରି ଏହାକୁ ୫ରେ ଭାଗ କରନ୍ତୁ। ଏଭଳି ଏକ ଉଦାହରଣ ତଳେ ପ୍ରଦାନ କରାଗଲା।
ଧରି ନିଅନ୍ତୁ ଆପଣଙ୍କ ପ୍ରଥମ ବିଷୟରେ-୮, ଦ୍ୱିତୀୟ ବିଷୟରେ – ୯, ତୃତୀୟ ବିଷୟରେ – ୭, ଚତୁର୍ତ ବିଷୟରେ- ୯, ପଞ୍ଚମ ବିଷୟରେ – ୯ ଗ୍ରେଡ଼ ମିଳିଛି।

ଏବେ ଏହି ୫ଟି ଗ୍ରେଡ଼କୁ ଯୋଗ କରି ଦିଅନ୍ତୁ। ୮+୯+୭+୯+୯= ୪୨।
ଏବେ ୪୨କୁ ୫ ଦ୍ବାରା ଭାଗ କରନ୍ତୁ । ୪୨/୫= ୮.୪
୮.୪ ଆପଣଙ୍କ ସିଜିପିଏ। ସିଜିପିଏ ମିଳିବା ପରେ ଆପଣଙ୍କ ପର୍ସେଣ୍ଟେଜ ଜାଣିବା ଅତି ସହଜ। ସିଜିପିଏ ଗୁଣନ ୯.୫ କଲେ ଆପଣଙ୍କୁ ଆପଣଙ୍କ ପର୍ସେଣ୍ଟେଜ ମିଳିଯିବ।
ଉଦାହରଣ ସ୍ୱରୂପ ୮.୪ ଗୁଣନ ୯.୫= ୭୯.୮୦%। ଅର୍ଥାତ ଆପଣଙ୍କୁ ଦଶମ ଶ୍ରେଣୀ ପରୀକ୍ଷାରେ ୭୯.୮୦ ପ୍ରତିଶତ ମାର୍କ ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories