www.samajalive.in
Monday, December 8, 2025
14.1 C
Bhubaneswar

ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦରତାଲିକା

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲଗାଯିବ ମହାପ୍ରସାଦ ଦରତାଲିକା। କୌଣସି ସୁଆର ସେବକ ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ଅବଢ଼ା ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିରର ଚାରୋଟି ଦ୍ୱାର ସମେତ ବାଇଶିପାହାଚ, ଭିତରବେଢ଼ା ଓ ଆନନ୍ଦ ବଜାରରେ ଦର ତାଲିକା ଲାଗିବ। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେଉଁ ଅବଢ଼ା କୁଡ଼ିଆର ମୂଲ୍ୟ କେତେ ରଖାଯିବ ସେଥିନେଇ ସୁଆର ମହାସୁଆର ନିଯୋଗ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ସ୍ଥିର କରିବେ।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ତଥା ଜିଲାଜଜ୍‍ଙ୍କ ସୁପାରିସ ଅନୁଯାୟୀ ରୋଷଶାଳାରେ ରହିଥିବା ୨୩୨ଟି ଚୁଲି ମନ୍ଦିର ପ୍ରଶାସନ ନିୟନ୍ତ୍ରଣକୁ ଅଣାଯିବ। ସେଥିରେ ୧୦ଟି ମନ୍ଦିର ପ୍ରଶାସନର ନିଜସ୍ୱ ଥିବାବେଳେ ଅନ୍ୟଗୁଡ଼ିକ ବିଭିନ୍ନ ମଠ ଏବଂ ସେବକଙ୍କ ନାମରେ ରହିଛି। ମନ୍ଦିର ପ୍ରଶାସନ ସେଗୁଡ଼ିକୁ ବର୍ଷିକିଆ ଲାଇସେନ୍ସ ଭିତ୍ତିରେ ସୁଆର ସେବକଙ୍କୁ ଆବଣ୍ଟନ କରିବ। ମାଲିକାନା ରେକର୍ଡ ପରିବର୍ତ୍ତେ ଦଖଲରେ ଥିବା ଏବଂ ନିୟମିତ ମହାପ୍ରସାଦ ରାନ୍ଧୁଥିବା ସୁଆର ମହାସୁଆରଙ୍କୁ ପ୍ରାଧାନ୍ୟ ଦିଆଯିବ। ମହାପ୍ରସାଦର ଗୁଣବତ୍ତା ରକ୍ଷାପାଇଁ ବୈଠକରେ ପରାମର୍ଶ ଦିଆଯାଇଛି।
କୌଣସି ଅଣସେବକ ଆନନ୍ଦ ବଜାରରେ ଅବଢ଼ା ବିକ୍ରି କରିପାରିବେ ନାହିଁ। ଏହି କଟକଣା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ବାସି ମହାପ୍ରସାଦ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଆନନ୍ଦ ବଜାରରେ ସୁଆର ସେବକମାନେ ମନଇଚ୍ଛା ପଲିଥିନ ଜରି ଟାଙ୍ଗିପାରିବେ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଭିତରବେଢ଼ାରୁ ଆନନ୍ଦ ବଜାର ଦେଇ ବାଇଶିପାହାଚ ଯାତାୟତ ରାସ୍ତା ଅବରୋଧମୁକ୍ତ ରଖାଯିବ। ଜଗନ୍ନାଥପ୍ରେମୀ ଭକ୍ତମାନେ ନିର୍ବିଘ୍ନରେ ଯେପରି ସ୍ନାନମଣ୍ଡପକୁ ଯାଇପାରିବେ ସେଥିପାଇଁ ଜାଗା ଛଡ଼ାଯିବ। ସୁଆର ସେବକମାନେ ଆନନ୍ଦ ବଜାରରେ ମନଇଚ୍ଛା ବାସି ମହାପ୍ରସାଦ, ହାଣ୍ଡିକୁଡ଼ିଆ ଏବଂ ପତ୍ର ଜମାକରି ରଖିପାରିବେ ନାହିଁ। ପଲିଥିନ୍‍ ବ୍ୟବହାର ବନ୍ଦ ସମ୍ପର୍କରେ ଆଲୋଚନା କରାଯାଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ଅବଢ଼ା, ସୁଖୁଲି ପ୍ରସାଦ, ଟଙ୍କତୋରାଣୀ, ରାବିଡ଼ି ଓ ଖୁଆପେଡ଼ା ବିକ୍ରି ନକରିବାକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ରୋଷଶାଳା ଏବଂ ଆନନ୍ଦ ବଜାର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଯେପରି ଉଲ୍ଲଘଂନ ନହୁଏ ଏବଂ ଭକ୍ତଙ୍କ ପ୍ରତି କୌଣସି ସୁଆର ସେବକ ଦୁର୍ବ୍ୟବହାର ନକରନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories