BJD Bijuli 480×75 Mob

ଆଦର୍ଶ ବୋହୂ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ

BJD Bijuli 480×75 Mob
0

ବାରାଣସୀ: ‘ୟଙ୍ଗ୍‍ ସ୍କିଲ୍ଡ ଇଣ୍ଡିଆ ଷ୍ଟାର୍ଟ ଅପ୍‍’ ନାମକ ସ୍ଥାନୀୟ ଏକ ସଂସ୍ଥା ‘ଆଦର୍ଶ ବୋହୂ’ ପାଠ୍ୟକ୍ରମ ପ୍ରଚଳନ କରିଛି। ‘ମୋ ଝିଅ-ମୋ ସ୍ୱାଭିମାନ’ ଶୀର୍ଷକ ଏହି ତିନି ମାସ ପାଠ୍ୟକ୍ରମରେ ଭଲ ବୋହୂ ହେବା ପାଇଁ ବିଭିନ୍ନ ତାଲିମ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ବିନିତା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ଫେସନ୍‍ ଏଣ୍ଡ ଡିଜାଇନ୍‍ସ ସଂସ୍ଥା ଦ୍ୱାରା ଏକ ସର୍ଭେ ଆଧାରରେ ଉକ୍ତ ପାଠ୍ୟକ୍ରମର ପରିକଳ୍ପନା କରାଯାଇଛି। ଆଇଆଇଟି-ବିଏଚ୍‍ୟୁ ଅଧୀନ ମାଲବ୍ୟ ନବପରିବର୍ତ୍ତନ କେନ୍ଦ୍ର ସହଯୋଗରେ ଏହି ପାଠ୍ୟକ୍ରମ ପ୍ରଚଳନ ହେଉଥିବା କହିଛନ୍ତି ସଂସ୍ଥାର ମୁଖ୍ୟ ନିରଜ ଶ୍ରୀବାସ୍ତବ। ତେବେ ଆଇଆଇଟି ଏହି କାର୍ୟ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ନଥିବା ସେ କହିଛନ୍ତି। ଦେଶର ୭୫ପ୍ରତିଶତ ମହିଳାଙ୍କଠାରେ ଆଦର୍ଶ ବୋହୂ ଭାବରେ ଘର ପରିଚାଳନା ପାଇଁ ଆବଶ୍ୟକ ଆତ୍ମବିଶ୍ୱାସର ଅଭାବ ଥିବାବେଳେ ଏହି ପାଠ୍ୟକ୍ରମ ସେମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ଶ୍ରୀବାସ୍ତବ କହିଛନ୍ତି। ସର୍ଭେ ସମୟରେ ବହୁ ମହିଳା ଏହା ସପକ୍ଷରେ ମତ ଦେଇଥିବା ସେ ଦାବି କରିଛନ୍ତି। ଏଥିମଧ୍ୟରେ ବ୍ୟକ୍ତିତ୍ୱ ବିକାଶ, ଯୋଗାଯୋଗ ଦକ୍ଷତା ବୃଦ୍ଧି, ପରିବାର ପରିଚାଳନା, ସାଂସାରିକ ସମସ୍ୟା ସମାଧାନ ସମ୍ପର୍କିତ ଜ୍ଞାନ, ମାନସିକ ଚାପ ଓ ଆକାଙ୍‍କ୍ଷା ପରିଚାଳନା, ଉତ୍ତମ ବ୍ୟବହାର, ଫେସନ୍‍ ଓ କମ୍ପ୍ୟୁଟର ଶିକ୍ଷା ସହିତ ସାମାଜିକ ଗଣମାଧ୍ୟମ ବ୍ୟବହାର ଆଦି ସମ୍ପର୍କରେ ତାଲିମ ଦିଆଯିବ। ତେବେ ଆଇଆଇଟି-ବିଏଚ୍‍ୟୁ ପକ୍ଷରୁ ଏହି ପାଠ୍ୟକ୍ରମ ସହିତ କୌଣସି ସମ୍ପୃକ୍ତି ନଥିବା ସ୍ପଷ୍ଟ କରାଯାଇଛି।

Leave A Reply