www.samajalive.in
Monday, December 8, 2025
16.1 C
Bhubaneswar

ଆଜି ଭାରତ ବନ୍ଦ, ଏକାଧିକ ଦଳର ସମର୍ଥନ, ମମତାଙ୍କ ନା

ନୂଆଦିଲ୍ଲୀ: ତୈଳ ଦରବୃଦ୍ଧିକୁ ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସର ଏହି ବନ୍ଦ ଡାକରାକୁ ମମତା ବାନାର୍ଜୀଙ୍କ ନେତୃତ୍ବ ତୃଣମୂଳ କଂଗ୍ରେସ ସମର୍ଥନ ଜଣାଇବାକୁ ମନା କରିଛି। ମମତାଙ୍କ ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସ କ୍ଷୁବ୍ଧ ହୋଇଛି। ତୃଣମୂଳ କଂଗ୍ରେସ ସାଧାରଣ ସଂପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି ଯେ ବନ୍ଦ ପାଳନ କରି ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିବାକୁ ରାଜ୍ୟ ସରକାର ସମର୍ଥନ କରନ୍ତି ନାହିଁ। ସେ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିବ ନାହିଁ; ମାତ୍ର ତୈଳ ଦରବୃଦ୍ଧିକୁ ନେଇ ଦଳ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯେଉଁ ଟିକସ ଧାର୍ଯ୍ୟ କରିଛନ୍ତି ତାହା
ଆର୍ଥିକ ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟର ତୃଣମୂଳ କଂଗ୍ରେସ ସରକାର ତୈଳ ଦର ଉପରେ ଭାଟ୍ ଧାର୍ଯ୍ୟ କରି ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛନ୍ତି।  ଅନ୍ୟପଟେ କଂଗ୍ରେସର ଏହି ବନ୍ଦ ଡାକରାକୁ ଅନ୍ୟାନ୍ୟ ବିରୋଧୀ ଦଳ ଯଥା ଏନସିପି, ସମାଜବାଦୀ ପାର୍ଟି (ଏସପି), ଡିଏମକେ, ଆର୍‌ଜେଡି, ଜେଡିଏସ୍‌ ଓ ବାମଦଳଗୁଡ଼ିକ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। ରାଜ୍ ଠାକରେଙ୍କ ନେତୃତ୍ବ ମହାରାଷ୍ଟ୍ର ନବନିର୍ମାଣ ସେନା (ଏନଏନଏସ) ମଧ୍ୟ ସମର୍ଥନ ଜଣାଇଛି। ରାଜ୍‌ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ସାଧାରଣ ଜନତା କ୍ଷୁବ୍ଧ ହୋଇଛନ୍ତି। ତୈଳ ଦର ଆନ୍ତର୍ଜାତିକ ବଜାରକୁ ଆଧାର କରି କମ୍ ଓ ବେଶୀ ହୋଇଥାଏ; ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଉପରେ ଅଧିକ ଟିକସ ଆଦାୟ କରୁଛନ୍ତି। ତେଣୁ ଉଭୟ ସରକାର ଏହି ଟିକସ ପରିମାଣକୁ ହ୍ରାସ କରିବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ରାଜ୍‌ କହିଛନ୍ତି ଯେ ଦେଶର ନୀତି ଜଣଙ୍କ ଦ୍ବାରା ନିର୍ଦ୍ଧାରଣ ହେବା ଠିକ୍ ନୁହେଁ। ତେଣୁ ତୈଳ ଦରବୃଦ୍ଧିକୁ ନେଇ ଲୋକ ଅସନ୍ତୋଷକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁଭବ କରିବାକୁ ଦିଆଯାଉ। ଏହି ଅବସରରେ ରାଜ୍‌ ମହାରାଷ୍ଟ୍ରର ସମସ୍ତ ସାଧାରଣ ଜନତାଙ୍କୁ ଏହି ବନ୍ଦ ପାଳନରେ ସହଯୋଗ କରିବାକୁ ନିବେଦନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories