www.samajalive.in
Sunday, December 7, 2025
23.1 C
Bhubaneswar

ଅର୍ଥନୈତିକ ଅଭିବୃଦ୍ଧି ହାର: ବିଶ୍ୱର ଶୀର୍ଷ ୧୦ ମଧ୍ୟରେ ରହିବେ ଭାରତର ସମସ୍ତ ସହର, ସୁରାଟ ୧ ନମ୍ବର

ନୂଆଦିଲ୍ଲୀ : ଭାରତର ଅନେକ ସହରର ଅର୍ଥନୈତିକ ଅଭିବୃଦ୍ଧି ହାର ଅଦ୍ଭୂତପୂର୍ବ ରହିଛି। ଏହାର ସକରାତ୍ମାକ ପରିଣାମ ୨୦୧୯ ପରଠାରୁ ଦେଖିବାକୁ ମିଳିବ। ୨୦୧୯ରୁ ୨୦୩୫ ମଧ୍ୟରେ ଭାରତର ଅନେକ ସହରର ଅର୍ଥନୈତିକ ଅଭିବୃଦ୍ଧି ହାର ବିଶ୍ୱସ୍ତରରେ ସର୍ବାଧିକ ରହିବ। ଏହି ସମୟ ମଧ୍ୟରେ ଦ୍ରୁତ ଅଭିବୃଦ୍ଧି କ୍ଷେତ୍ରରେ ବିଶ୍ୱର ଶୀର୍ଷ ୧୦ ସହରର ସମସ୍ତ ସ୍ଥାନ ଭାରତର ସହର ନେଇଯିବେ। ଅକ୍ସଫୋର୍ଡ ଇକୋନୋମିକ୍ସର ଗ୍ଲୋବାଲ ରିସର୍ଚ୍ଚ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ୨୦୧୯ରୁ ୨୦୩୫ ମଧ୍ୟରେ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସୁରାଟ ବିଶ୍ୱର ୧ନଂ ସ୍ଥାନରେ ରହିବ। ସୁରାଟର ବାର୍ଷିକ ଅର୍ଥନୈତିକ ଅଭିବୃଦ୍ଧି ହାର ୯.୧୭% ରହିବ ବୋଲି ଅନୁମାନ କରାଯାଇଛି। ଏହା ପଛକୁ ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶର ଆଗ୍ରା ସହରର ବାର୍ଷିକ ଅର୍ଥନୈତିକ ଅଭିବୃଦ୍ଧି ହାର ୮.୫୮%, ବେଙ୍ଗାଲୁରୁର ଅଭିବୃଦ୍ଧି ହାର ୮.୫୦%, ହାଇଦରବାଦର ଅଭିବୃଦ୍ଧି ହାର ୮.୪୭%, ନାଗପୁରର ଅଭିବୃଦ୍ଧି ହାର ୮.୪୧%, ତାମିଲନାଡୁର ତ୍ରିପୁରା ସହର ୮.୩୬%, ଗୁଜରାଟର ରାଜକୋଟ ସହରର ଅଭିବୃଦ୍ଧି ହାର ୮.୩୩%, ତାମିଲନାଡୁର ତିରୁଚିରାପାଲିର ଅଭିବୃଦ୍ଧି ହାର ୮.୨୯%, ଚେନ୍ନଇର ଅଭିବୃଦ୍ଧି ହାର ୮.୧୭%, ବିଜୟୱାଡାର ଅଭିବୃଦ୍ଧି ହାର ୮.୧୬% ରହିବ ବୋଲି ଆକଳନ କରାଯାଇଛି। ତେବେ ଭାରତୀୟ ସହରର ଅର୍ଥନୈତିକ ଉତ୍ପାଦ ଅନ୍ୟ ଦେଶର ମହାନଗରଙ୍କ ତୁଳନାରେ କମ ରହିବ। ୨୦୨୭ ସୁଦ୍ଧା ସବୁ ଏସିୟ ସହରଙ୍କ ମୋଟ ଘରୋଇ ଉତ୍ପାଦ (ଜିଡିପି) ଉତ୍ତର ଆମେରିକା ଏବଂ ୟୁରୋପ ସହରଙ୍କ ଜିଡିପି ଅଭିବୃଦ୍ଧିକୁ ଅତିକ୍ରମ କରିଯିବ। ୨୦୩୫ ବେଳକୁ ଏହା ୧୭%ରୁ ଅଧିକ ରହିବ। ଅକ୍ସଫୋର୍ଡ ଅର୍ଥନୈତିଜ୍ଞ ଓ ଗବେଷକଙ୍କ କହିବା ଅନୁସାରେ ୨୦୩୫ ସୁଦ୍ଧା ବିଶ୍ୱର ବୃହତ ସହରଙ୍କ ସ୍ଥିତିରେ କିଛି ପରିବର୍ତ୍ତନ ପରିଲକ୍ଷିତ ହେବ। ନ୍ୟୁୟର୍କ, ଟୋକିଓ, ଲସ ଆଞ୍ଜେଲ୍ସ ଏବଂ ଲଣ୍ଡନ ଶୀର୍ଷ ୪ ସହର ମଧ୍ୟରେ ରହିବେ। ପ୍ୟାରିସ୍‍ ଏବଂ ଚିକାଗୋକୁ ପଛରେ ପକାଇ ସାଂଘାଇ ଏବଂ ବେଜିଂ ଯଥାକ୍ରମେ ୫ ଏବଂ ୬ ନମ୍ବର ବୃହତ ସହର ସ୍ଥାନ ଅଧିକାର କରିବେ। ଚୀନର ଗ୍ୱାଙ୍ଗଜୁ ଏବଂ ଶେନଜେନ ଶୀର୍ଷ ୧୦ ସହର ମଧ୍ୟରେ ରହିବେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories