www.samajalive.in
Saturday, December 6, 2025
14.1 C
Bhubaneswar

ଅନୁରାଗ-ପ୍ରେରଣା ପରଦା ବାହାରେ ବି ଭଲ

ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦଗୀ କି-୨’ରେ ମୁଖ୍ୟ ଚରିତ୍ର ଅନୁରାଗ ଓ ପ୍ରେରଣା ଭୂମିକାରେ ଅଭିନୟ କରୁଛନ୍ତି ପାର୍ଥ ସମଥାନ ଏବଂ ଏରିକା ଫର୍ଣ୍ଣାଣ୍ଡିଜ୍‍। ଦର୍ଶକ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ଖୁବ୍‍ ପସନ୍ଦ କରୁଛନ୍ତି। ଧାରାବାହିକରେ କୋମଲିକା ଚରିତ୍ରଟି ଦୁହିଁଙ୍କୁ ଯଦିଓ ଅଲଗା କରିବା ଲାଗି ଚେଷ୍ଟା କରୁଛି, ସେମାନଙ୍କ ସମ୍ପର୍କରେ ଏତେ ନିବିଡତା ରହିଛି ଯେ କୋମଲିକାର ସବୁ ଚେଷ୍ଟା ବିଫଳ ହେଉଛି। ଏହି ଧାରାବାହିକ କାହାଣୀରେ ପ୍ରଥମେ ସେମାନଙ୍କ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ବର୍ଣ୍ଣନା କରାଯାଇଛି। ଏମିତିରେ ପରଦା ବାହାରେ ବି ଦୁହେଁ ଦୁହିଁଙ୍କର ଖୁବ୍‍ ଭଲ ବନ୍ଧୁ। ସମବୟସ୍କ ହୋଇଥିବାରୁ ପ୍ରତ୍ୟେ​‌େ​‌କ ନିଜର ସୁଖଦୁଃଖ ପରସ୍ପର ସହିତ ବାଣ୍ଟିଥାନ୍ତି। ‘କୁଛ୍‍ ରଙ୍ଗ ପ୍ୟାର କେ ଐସେ ଭି’ ଫେମ୍‍ ଏରିକା ଏହି ‘କସୌଟି..-୨’ ସେଟ୍‍ରେ ହିଁ ପାର୍ଥଙ୍କୁ ଭେଟିଥିଲେ। ତେବେ ଖୁବ୍‍ ଶୀଘ୍ର ଦୁହିିଁଙ୍କର ଭଲ ବନ୍ଧୁତା ହୋଇଯାଇଛି। ଏକାଠି ଥଟ୍ଟାମଜା ହେବା, ପାର୍ଟିକୁ ଯିବା, ଅବସର ସମୟରେ ମଜାଦାର ଖେଳ ଖେଳିବାରେ ବ୍ୟସ୍ତ ରହୁଛନ୍ତି ସେମାନେ। ଏକ ସାକ୍ଷାତକାର ଅବସରରେ ଏରିକାଙ୍କୁ ଖୁବ୍‍ ପ୍ରଶଂସା କରିଥିଲେ ପାର୍ଥ। ତାଙ୍କର ବୟସ କମ୍‍ ହୋଇଥିଲେ ମଧ୍ୟ ସେ ଜଣେ ଅଭିଜ୍ଞତାସମ୍ପନ୍ନ କଳାକାର। ବେଶ୍‍ ଦକ୍ଷତାର ସହ ସେ ନିଜ ଚରିତ୍ରକୁ ଫୁଟାଇ ପାରୁଛନ୍ତି। ତାଙ୍କ ମଧ୍ୟରେ ଅଭିନୟ ବାଦ୍‍ ଆହୁରି ଏକାଧିକ ପ୍ରତିଭା ରହିଛି। ମୁଁ ତାଙ୍କଠାରୁ ଅନେକ କିଛି ଶିଖୁଛି ବୋଲି କହିଥିଲେ ପାର୍ଥ। ଏହି ଧାରାବାହିକ ଏବେ ଟିଆର୍‍ପି ଦୌଡରେ ଆଗୁଆ ଅଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories