ପୃଥିବୀ ଆଉ ନୀଳ ଦେଖାଯିବ ନାହିଁ

ନ୍ୟୁୟର୍କ: ପୃଥିବୀ ଆଉ ନୀଳ ଦେଖାଯିବ ନାହିଁ। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି)ର ଗବେଷକଙ୍କ ନୂଆ ଗବେଷଣା ଅନୁଯାୟୀ ୨୦୨୧ ବେଳକୁ ପୃଥିବୀ ରଙ୍ଗ ପରିବର୍ତ୍ତନ ହୋଇଯିବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀରେ ଥିବା ମହାସାଗରଗୁଡିକର ରଙ୍ଗ ବଦଳିଯିବ। ସମୁଦ୍ରରେ ଥିବା ଛୋଟ ଛୋଟ ଗୁଳ୍ମ ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରିବେ। ଫଳରେ ସମୁଦ୍ରର ରଙ୍ଗ ୫୦% ପରିବର୍ତ୍ତନ ହେବାର ଆଶଙ୍କା ରହିଥିବା ମୁଖ୍ୟ ଗବେଷକ ଷ୍ଟେଫାନେ ଡୁକେୱିଜ କହିଛନ୍ତି।
