www.samajalive.in
Saturday, December 6, 2025
14.1 C
Bhubaneswar

ଲକ୍ଷ୍ନୌରୁ-ଦିଲ୍ଲୀ ୩୦ ମିନିଟରେ ଖାଦ୍ୟ ପହଞ୍ଚାଇ ଅଡୁଆରେ ଜୋମାଟୋ; ନୋଟିସ କଲେ କୋର୍ଟ

ନୂଆଦିଲ୍ଲୀ: ୫୦୦ କିଲୋମିଟର ଦୂରରେ ଥିବା ରେଷ୍ଟୁରାଣ୍ଟରୁ ଗ୍ରାହକଙ୍କ ପାଖରେ ମାତ୍ର ୩୦ ମିନିଟରେ ଖାଦ୍ୟ ପହଞ୍ଚାଇଲା ଜୋମାଟୋ। କଥଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ। ସୂଚନା ଅନୁସାରେ ଗୁରୁଗାଓଁର ସୌରଭ ମଲ ନାମକ ଜଣେ ବାସିନ୍ଦା ‘ଲିଜେଣ୍ଡ ଜୋମାଟୋ’ ଅଫରରେ ସେ ୪ଟି ଡିସ୍‍ ଅର୍ଡର କରିଥିଲେ। ସେ ଅର୍ଡର କରିଥିବା ଖାଦ୍ୟ ମଧ୍ୟରେ ଜମା ମସଜିଦର- ଚିକେନ କବାବ୍‍ ରୋଲ୍‍, ଜାଙ୍ଗପୁରାରୁ ଭେଜ୍‍ ସାଣ୍ଡୱିଚ୍‍, କୌଳାଶ କଲୋନୀରୁ ଟ୍ରିପଲ ଚକୋଲେଟ୍‍ ଚିଜ୍‍ କେକ୍‍, ଓ ଲକ୍ଷ୍ନୌରୁ ଗାଲୁଟି କବାବ। ଅର୍ଡର କରିବାର ମାତ୍ର ୩୦ ମିନିଟରେ ଏହି ସବୁ ଖାଦ୍ୟ ଡେଲିଭରି କରିଥିଲା ଜୋମାଟୋ। ଅଧଘଣ୍ଟାରେ ଏତେ ସବୁ ଫୁଡ ଗୁରୁଗାଓଁରେ ପହଂଚାଇବା ସମ୍ପୂର୍ଣ୍ଣ ଅସମ୍ଭବ ଥିବା ବେଳେ ଜୋମାଟୋ କିପରି ଭାବେ ପହଞ୍ଚାଇଲା ତାକୁ ନେଇ ପ୍ରଶ୍ନ ଉଠିଛି।

‘ଜୋମାଟୋ ଲିଜେଣ୍ଟ’ ଆପ୍‍ କୋଲକାତା, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ବେଙ୍ଗାଲୁରୁ, ମଥୁରା, ଚେନ୍ନାଇ ଏବଂ ଆଗ୍ରା ଭଳି ସ୍ଥାନରେ ଥିବା ନାମୀଦାମୀ ରେଷ୍ଟୁରାଣ୍ଟରୁ ଫ୍ରେସ, ଗରମ ଏବଂ ସ୍ୱାଦିଷ୍ଟ ଖାଦ୍ୟ ଗ୍ରାହକଙ୍କ ପାଖରେ ପହଞ୍ଚାଇଥାଏ। ହେଲେ ଏଠାରେ ଏତେ କମ ସମୟରେ କିଭଳି ଖାଦ୍ୟ ପହଞ୍ଚିଲା ତାହାକୁ ନେଇ ଗ୍ରାହକ ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଗୁରୁଗାଓଁର ସୌରଭଙ୍କ ପାଖରେ ଖାଦ୍ୟ ପହଞ୍ଚିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ଏହି ଘଟଣାକୁ ନେଇ ଜୋମାଟୋକୁ ଦିଲ୍ଲୀ କୋର୍ଟ ସମନ୍‍ କରିଛନ୍ତି। ଗ୍ରାହକଙ୍କ ଆବେଦନର ଶୁଣାଣି କରି ଜୋମାଟୋକୁ ନୋଟିସ୍‍ କରିଛନ୍ତି କୋର୍ଟ। ଆବେଦନକାରୀ କହିଛନ୍ତି ଯେ ‘ଲିଜେଣ୍ତ ଜୋମାଟେ’ ଅଧୀନରେ ଲକ୍ଷ୍ନୌ ଓ ଦିଲ୍ଲୀରୁ ତାଜା ଖାଇବା ଯୋଗାଇବା ଅଭିଯୋଗରେ ଜୋମାଟୋର ଦାବି ମିଛ। ଏହାକୁ ବନ୍ଦ କରିବା ଉଚିତ୍ ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories