www.samajalive.in
Saturday, December 6, 2025
26.1 C
Bhubaneswar

ସଲେପାଲି, ଉଡାର ଓ ମହଲାଇ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଦେଓଗାଁ : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି, ଉଡାର ଓ ମହଲାଇ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସାଲେପାଲି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସରପଞ୍ଚ ବଳ୍ଲବୀ ସାହୁ ସଭାପତିତ୍ବ କରିଥିବାବେଳେ ପୂର୍ବ ବ୍ଲକ ଅଧ୍ୟକ୍ଷ ତଥା ସ୍ଥାନୀୟ ସମିତି ସଭ୍ୟ ଲକ୍ଷ୍ମଣ ମେହେର ସଭାପରିଚାଳନା କରିଥିଲେ। ସମ୍ମାନୀତ ଅତିଥି ଭାବେ ବଡ଼ବାହାଲ ସରପଞ୍ଚ ଜ୍ୟୋତିମୟୀ ରଣା ଯୋଗଦେଇଥିବାବେଳେ ନୋଡାଲ ଅଫିସର ଭାବେ ସୁଦର୍ଶନ ସା ଓ ସୁପରଭାଇଜର ଭାବେ କନିଷ୍ଠଯନ୍ତ୍ରୀ ମାନସିଂହ ଯୋଗଦେଇଥିଲେ। ସେହିପରି ଉଡାର ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସରପଞ୍ଚ ପଞ୍ଚମୀ ଦୀପ ସଭାପତିତ୍ବ କରିଥିବା ବେଳେ ଇଓ ବିରେନ୍ଦ୍ର ଛତ୍ରିଆ ନୋଡାଲ ଅଧିକାରୀ ଭାବେ ଓ ଜିପିଇଓ ସେନାପତି ମଙ୍ଗରାଜ ସୁପରଭାଇଜର ଭାବେ ଯୋଗଦେଇଥିଲେ। ସେହିପରି ମହଲାଇ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା କାର୍ଯକ୍ରମରେ ସରପଞ୍ଚ ଚିତ୍ତ ରଞ୍ଜନ ସାହୁ ସଭାପତିତ୍ବ କରିଥିବାବେଳେ ନୋଡାଲ ଅଧିକରି ଭାବେ ଇଓ ବିରେନ୍ଦ୍ର ନାଗ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ହେଉଥିବା କାର୍ଯ୍ୟକ୍ରମ ଉପରେ ସଚେତନତା କରାଯାଇଥିଲା। ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଏବଂ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ପହଞ୍ଚି କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଯୋଜନା ଉପରେ ଅବଗତ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories