୪ ମାଓବାଦୀଙ୍କୁ ଆଜୀବନ ଦଣ୍ଡାଦେଶ

ରାୟପୁର: ଏନଆଇଏ କୋର୍ଟ ୪ ମାଓବାଦୀଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି। ଛତିଶଗଡ ସୁକମାରେ ୧୪ ସୁରକ୍ଷାକର୍ମୀଙ୍କୁ ହତ୍ୟା ଘଟଣାରେ ରାୟ ମିଳିଛି। ୨୦୧୪ ମାର୍ଚ୍ଚ ୧୧ ତାରିଖରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ଗୁଳି କରିଥିଲେ।  ଏଥିରେ ୧୧ ଜଣ ସିଆରପିଏଫ୍ ଯବାନ , ୪ ପୁଲିସ  ଏବଂ ଜଣେ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଥିଲା। ସୁରକ୍ଷାକର୍ମୀମାନେ ଯାଉଥିବାବେଳେ ମାଓବାଦୀମାନେ ଚାରିଆଡୁ ଘେରି ରହିଥିଲେ। ମଙ୍ଗଳବାର ଏନଆଇଏ କୋର୍ଟ ସମ୍ପୃକ୍ତ ଥିବା ୪ ମାଓବାଦୀଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି।

Comments are closed.