www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟସଭା ନିର୍ବାଚନ: ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିବେ ଦୁଇ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ମଙ୍ଗଳବାର ବିଜେଡି ଘୋଷଣା କରିଥିବା ଦୁଇ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବେ । ଗତକାଲି ଖାଲି ପଡୁଥିବା ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା। ୩ଟି ଆସନ ମଧ୍ୟରୁ ଦୁଇଟି ପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଦଳ ଘୋଷଣା କରିଛି।  ତେବେ ମଙ୍ଗଳବାର ଉଭୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ସେଠାରୁ ବିଧାନସଭାରେ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥିବା କକ୍ଷରେ ଉଭୟ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି ସମୟରେ ବିଜେଡିର କିଛି ବରିଷ୍ଠ ନେତା ଉପସ୍ଥିତ ରହିବେ । ରାଜ୍ୟସଭାକୁ ଏଥର ୩ ପ୍ରାର୍ଥୀ ଯାଉଥିବାବେଳେ ବିଜେଡି ଦୁଇ ଜଣଙ୍କ ନାଁ ଘୋଷଣା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ ବ୍ୟକ୍ତିଙ୍କ ନାଁ ଦଳ ଘୋଷଣା କରିନାହିଁ। ତାକୁ ନେଇ ଏବେବି ସସପେନ୍ସ ଲାଗିରହିଛି। ଆସନ୍ତା ୨୭ ତାରିଖରେ ଓଡିଶାର ୩ଟି ଆସନ ସହ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories